ବନ୍ଦେ ଭାରତ ଏକ୍ସପ୍ରେସ ରାଜଧାନୀ ଓ ଶତାବ୍ଦୀ ଭଳି ସମାନ ବେଗରେ ଚାଲୁଛି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବନ୍ଦେ ଭାରତ ଟ୍ରେନକୁ ନେଇ ସରକାର ବଡ଼ ବଡ଼ ଦାବି କରୁଥିଲେ ବି କେତେକ କ୍ଷେତ୍ରରେ ଏହା ଆଶାନୁରୂପ ଭାବେ ପ୍ରଦର୍ଶନ କରିପାରୁନାହିଁ । ଏହାକୁ ଏକ ସେମି-ହାଇସ୍ପିଡ୍ ଟ୍ରେନ ବୋଲି କୁହାଯାଉଥିବାବେଳେ ଏହା କିନ୍ତୁ ଅନ୍ୟ ଏକ୍ସପ୍ରେସ ଟ୍ରେନ ପରି ସାଧାରଣ ବେଗରେ ଗତି କରୁଛି ।

ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ଦାବି କରାଯାଉଥିବାବେଳେ ଏହା ଘଣ୍ଟାପ୍ରତି ହାରାହାରି ୬୪ କିଲୋମିଟର ବେଗରେ ଚାଲୁଛି । ବନ୍ଦେ ଭାରତ ଏକ୍ସପ୍ରେସ ରାଜଧାନୀ ଓ ଶତାବ୍ଦୀ ଭଳି ବର୍ତ୍ତମାନର ସୁପରଫାଷ୍ଟ ଟ୍ରେନ୍ ଭଳି ସମାନ ବେଗରେ ଚାଲୁଛି। ଧୀମା ଗତିରେ ଯିବାର ଏକ କାରଣ ହେଉଛି ବୈଷୟିକ ଗତି ପ୍ରତିବନ୍ଧକ ।

ରେଳ ବାଇର ଜଣେ ମୁଖପାତ୍ର କହିଛନ୍ତି ଯେ ଟ୍ରାକ୍ ଉପରେ ଥିବା ସ୍ଥାୟୀ ବେଗ ପ୍ରତିବନ୍ଧକ ହଟାଇବା ଏକ ସମୟସାପେକ୍ଷ ପ୍ରକ୍ରିୟା ଯାହା ଉପରେ ଡିଆରଏମ ଏବଂ ଜିଏମ୍ କାର୍ଯ୍ୟ କରୁଛନ୍ତି । ଅନ୍ୟପକ୍ଷରେ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ରେଳବାଇକୁ ଦାୟିତ୍ବ ଦିଆଯାଇଥିଲେ ହେଁ ଏହା ଲକ୍ଷ୍ୟ ନିକଟତର ହୋଇନାହିଁ। ଏପର୍ଯ୍ୟନ୍ତ ମାତ୍ର ୧୭ଟି ବନ୍ଦେ ଭାରତ ଚାଲିପାରିଛି ।

Leave A Reply

Your email address will not be published.