ଦୁଃଖଦ ଶନିବାର, ଦୁର୍ଘଟଣାରେ ଚାଲିଗଲା ତିନି ମୂଲ୍ୟବାନ ଜୀବନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):ଦୁଃଖଦ ଶନିବାର। ଦୁର୍ଘଟଣାରେ ଚାଲିଗଲା ତିନି ମୂଲ୍ୟବାନ ଜୀବନ। ବିବାହର ତିନିମାସ ପୁରୁଥିବାରୁ ଡାକ୍ତର ମନୋଜ କୁମାର ପତ୍ନୀଙ୍କୁ ଭେଟିବାକୁ ଯାଇଥିଲେ କଟକ। ହେଲେ ରାସ୍ତାରେ ଦୁର୍ଘଟଣାରେ ଚାଲିଗଲା ଜୀବନ। ସେହିପରି କାଳ ହେଲା ଚାରି ସାଙ୍ଗଙ୍କୁ କୁଆଖିଆ ନଦୀରେ ଭୋଜି କରିବା। ଦୁଇ ସାଙ୍ଗଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ସାଙ୍ଗ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ବିବାହର 3ମାସ ନପୁରୁଣୁ ଚାଲିଗଲା ଡାକ୍ତରଙ୍କ ଜୀବନ। ଆଜି ବିବାହର 3 ମାସ ପୁରୁଛି । ସେଥିପାଇଁ ଗତକାଲି କଟକରେ ଥିବା ଡ଼ାକ୍ତର ପତ୍ନୀଙ୍କ ପାଖକୁ ଯାଉଥିଲେ। ଆଜି ହୋଇଥାନ୍ତା ଡାକ୍ତର କପଲ୍ ଙ୍କ ସେଲିବ୍ରେସନ । ହେଲେ ଆଜି ପୁରା ପରିବାର ଦୁଃଖରେ ମ୍ରିୟମାଣ ହୋଇଯାଇଛନ୍ତି। କଟକ ଯାଉଥିବା ବେଳେ ବାଟରେ ଜଗି ବସିଥିଲା ମୃତ୍ୟୁ। ଫାୟାର ଷ୍ଟେସନ ଛକରେ ଦୁର୍ଘଟଣାରେ ଗଲା ଡାକ୍ତର ମନୋଜ କୁମାରଙ୍କ ଜୀବନ। ଗତ ଫେବୃଆରୀ 28ରେ ବେଶ ଧୁମଧାମରେ ବିବାହ ସମ୍ପର୍ଣ୍ଣ ହୋଇଥିଲା। ହେଲେ ଆଜି କ୍ୟାପିଟାଲ ହସ୍ପିଟାଲରେ ଆତ୍ମୀୟ ସ୍ୱଜନ ଙ୍କ କାନ୍ଦ ବୋବାଳି ଦେଖିବାକୁ ମିଳିଥିଲା। ଆଜି ଶବ ବ୍ୟବଚ୍ଛେଦ କରାଯାଇଛି।

ଅନ୍ୟପଟେ ପୁଣି ମୁଣ୍ଡ ନେଇଛି କୁଆଖାଇ ନଦୀ। ଭୋଜି ସାରି ପାଣିରେ ଗାଧୋଉ ଥିବା ସମୟରେ ଦୁଇ ଯୁବ ଇଂଜିନିୟର ଙ୍କ ମୃତ୍ୟୁ ହୋଇଛି। ମୃତକ ହେଲା ତମଣ୍ଡୋ ର ସ୍ମୃତି ସୌରଭ ପ୍ରଧାନ ଓ ରେଙ୍ଗାଲି ର ସତ୍ୟଜିତ ଦାସ। ଶନିବାର ଅପରାହ୍ନ ରେ ବାଲିଅନ୍ତା ଇନ୍ଦ୍ରପାଳ ଗାଁ ରେ ପହଞ୍ଚିଥିଲେ ଚାରି ଯୁବ ଇଂଜିନିୟର। ସ୍ମୃତି ସୌରଭ, ସତ୍ୟଜିତ, ରୁଦ୍ର ନାରାୟଣ ଭୂୟାଁ ଓ ସୌମ୍ୟ ରଞ୍ଜନ ସାହୁ। ଝାଉଁ ବଣରେ ଭୋଜି ଚାଲିଥିଲା। ରୋଷେଇ ସାରି ଗାଧେଇବାକୁ ଗଲେ ସ୍ମୃତି ଓ ସୌରଭ। ସ୍ମୃତି ପ୍ରଥମେ ଗାଧୋଉଥିବା ବେଳେ ଭସିଗଲେ। ସତ୍ୟଜିତ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଭସିଗଲେ। ପରେ ଖବର ପାଇ ବାଲିଅନ୍ତା ପୋଲିସ୍ ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ସମୟ ଖୋଜିବା ପରେ ମୃତ ଦେହ ଉଦ୍ଧାର ହୋଇଥିଲା। ଚାରି ସାଙ୍ଗ ରାଜ୍ୟ ବାହାରେ ଚାକିରି କରିଛନ୍ତି। ଛୁଟି ମନାଇବାକୁ ଆସିଥିବା ବେଳେ ଏହି ଅଘଟଣ ହୋଇଛି। କୁଆଖିଆ ନଦୀରେ ଗତ ତିନି ବର୍ଷ ରେ ଯାଇଛି 15ଜୀବନ। ସେହିପରି ସଡକ ଦୁର୍ଘଟଣ ନେଉଛି ଅମୂଲ୍ୟ ଜୀବନ। ଦୁଇ ଇଞ୍ଜିନିୟର ଓ ଜଣେ ଡାକ୍ତର ଙ୍କ ଅକାଳ ମୃତ୍ୟୁ ରେ ତାଙ୍କ ପରିବାର ଓ ପ୍ରିୟଜନ ଦୁଃଖରେ।

Leave A Reply

Your email address will not be published.