ସାପ କାମୁଡ଼ାରେ ୩ ନାବାଳିକା ଝିଅ ମୃତ, ବାପା ଗୁରୁତର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାପ କାମୁଡ଼ାରେ ୩ ଭଉଣୀଙ୍କ ମୃତ୍ୟୁ, ବାପା ଗୁରୁତର। ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଚରିଆପାଲି ଗାଁରେ ଘଟିଛି ଏହି ଅଘଟଣ। ଘରେ ଶୋଇଥିବା ବେଳେ କାମୁଡ଼ିଲା ସାପ। ଗୁରୁତର ଅବସ୍ଥାରେ ବାପାକୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୃତ ଭଉଣୀଙ୍କ ବୟସ ଯଥାକ୍ରମେ ୧୩, ୧୨ ଓ ୩ ବର୍ଷ। ମୃତକ ୩ ଜଣ ହେଉଛନ୍ତି ସୁଧିରେଖା ମଲ୍ଲିକ, ଶୁଭରେଖା ମଲ୍ଲିକ ଓ ସୁରଭି ମଲ୍ଲିକ୍ ।

ସୂଚନା ମୁତାବକ, ଚରିଆ ପାଲିଗାଁରେ ଶୈଳେନ୍ଦ୍ର ମଳିକ, ସ୍ତ୍ରୀ ଏବଂ ତାଙ୍କ ୩ ଝିଅ ରାତିରେ ଖାଇ ଶୋଇଥିଲେ।  ଏକ ବିଷଧର ସାପ ୩ ଝିଅ ସ୍ମୃତିରେଖା, ସୁରଭି, ଶୁଭରେଖା ଓ ବାପା ଶୈଳେନ୍ଦ୍ରଙ୍କୁ କାମୁଡ଼ିଥିଲା। ପରିବାର ଲୋକ ସଙ୍ଗେ ସଙ୍ଗେ ଗୁଣିଆ ପାଖକୁ ନେଇଥିଲେ। କିନ୍ତୁ ସମସ୍ତେ ଗୁରୁତର ହେବାରୁ ବୌଦ୍ଧ ମେଡିକାଲକୁ ନେଇଥିଲେ।

ତେବେ ମେଡିକାଲରେ ୩ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମା’ ଓ ପୁଅ ସୁରକ୍ଷିତ ଅଛନ୍ତି। ବାପାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଚାକିତ୍ସା ଚାଲିଛି । ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Comments are closed.