ଜାମ୍ମୁ-କାଶ୍ମୀର ଏନକାଉଣ୍ଟରରେ ୩ ଆତଙ୍କୀ ମୃତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ମୁଞ୍ଜ୍ ମାର୍ଗରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏନକାଉଣ୍ଟରରେ ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଲଶ୍କର-ଏ-ତାଇବା ଆତଙ୍କବାଦୀ ସଂଗଠନର ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ଏଡିଜିପି କାଶ୍ମୀର ସୂଚନା ଦେଇଛି। ନିହତ ହୋଇଥିବା ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣଙ୍କ ନାମ ଶୋପିୟାନର ଲତିଫ ଲୋନ ଏବଂ ଅନନ୍ତନାଗର ଉମର ନାଜିର ବୋଲି ଜଣାପଡିଛି।

ନେପାଳର ତିଲ ବାହାଦୂର ଥାପାଙ୍କ ହତ୍ୟାରେ କାଶ୍ମୀରୀ ପଣ୍ଡିତ ପୁରାଣ କୃଷ୍ଣ ଭଟ ଏବଂ ଉମର ନାଜିରଙ୍କ ହତ୍ୟାରେ ଲତିଫ ଲୋନ ସମ୍ପୃକ୍ତ ଥିଲେ। ଆତଙ୍କବାଦୀଙ୍କ ନିକଟରୁ ଏକ ଏକେ ୪୭ ରାଇଫଲ ଏବଂ ୨ ପିସ୍ତଲ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.