ବାଣ କିଣିଲେ ବା ଫୁଟାଇଲେ ୩ ବର୍ଷ ଜେଲ ଦଣ୍ଡ: ଜାଣନ୍ତୁ କେଉଁଠି?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଗକୁ ଆସୁଛି ଦିପାବଳୀ । ସମସ୍ତଙ୍କ ମନରେ ଉତ୍ସବମୁଖର । ଦୀର୍ଘ ୨ ବର୍ଷ ପରେ ଦୀପାବଳିକୁ ଲୋକେ ବେଶ୍ ଧୁମଧାମରେ ପାଳନ କରିବାକୁ ଯୋଜନା କରୁଛନ୍ତି । ହେଲେ ଏହାରି ଭିତରେ ଦିଲ୍ଲୀରେ ବାଣକୁ ନେଇ ଅଧିକ କଟକଣା ଜାରି ହୋଇଛି। ପୂର୍ବରୁ ଦିଲ୍ଲୀରେ କେବଳ ବାଣ ନିଷିଦ୍ଧ କରାଯାଇଥିଲା। କିନ୍ତୁ ଏବେ ଦିଲ୍ଲୀରେ ବାଣ ଫୁଟାଇଲେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଦୀପାବଳିରେ ଯଦି କେହି ବାଣ ଫୁଟାଇବେ ତେବେ ତାଙ୍କୁ ୬ ମାସ ଜେଲ୍ ଏବଂ ୨୦୦ ଟଙ୍କା ଜରିମାନା କରାଯିବ ବୋଲି ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ ବାଣ ଉତ୍ପାଦନ, ଗଚ୍ଛିତ ଏବଂ ବିକ୍ରି କଲେ ୫୦୦୦ ପର୍ୟ୍ୟନ୍ତ ଜରିମାନା ଏବଂ ୩ ବର୍ଷ ଜେଲ୍ଦଣ୍ଡ ହେବ। ବାଣ କିଣିଲେ କିମ୍ବା ବାଣ ଫୁଟାଇଲେ ୬ ମାସ ଜେଲ୍ ହେବ ବୋଲି ମନ୍ତ୍ରୀ ସତର୍କ କରାଇଦେଇଛନ୍ତି। ରାୟ କହିଛନ୍ତି, ବାଣ ନିଷିଦ୍ଧ ଯୋଜନା କାର୍ୟ୍ୟକାରୀ କରିବାପାଇଁ ୪୦୮ଟି ଟିମ୍ ଗଠନ ହୋଇଛି। ଦିଲ୍ଲୀ ପୁଲିସ ୨୧୦ଟି ଟିମ୍ ଗଠନ କରିଥିବା ବେଳେ ରାଜସ୍ବ ବିଭାଗ ଦ୍ବାରା ୧୬୫ ଟିମ୍ ଗଠନ ହୋଇଛି। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଦ୍ବାରା ୩୩ ଟିମ୍ ଗଠନ ହୋଇଛି।

 

Leave A Reply

Your email address will not be published.