ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ଜଗତପୁର ପଟାମୁଣ୍ଡାଇ କେନାଲରେ ଭାସି ଯାଇ ତିନି ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି। ତିନି ଯୁବକଙ୍କ ନାଁ ତ୍ରିଲୋଚନ ମହଲା, ନିଲୁ ସାହୁ ଓ ବାଦଲ ସାହୁ। ତ୍ରିଲୋଚନ ଓ ନିଳୁଙ୍କ ଘର ଚାଉଳିଆଗଞ୍ଜ ଅଞ୍ଚଳର ହୋଇ ଥିବା ବେଳେ ବାଦଲଙ୍କ ଘର ଚୌଦ୍ୱାର ଅଂଚଳରେ।ଗତ ରାତିରେ ଭାସି ଯାଇଥିଲେ ୩ ଯୁବକ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁଇ ଜଣଙ୍କ ମୃତ ଶରୀର କୁ ଉଦ୍ଧାର କରିଛି ଓଡ୍ରାଫ।
ତ୍ରିଲୋଚନ ମହଲା ଓ ବାଦଲ ସାହୁ ଙ୍କ ମୃତ ଶରୀର କୁ ଉଦ୍ଧାର କରିଛି ଓଡ୍ରାଫ। ଆଉ ଜଣେ ଏବେ ବି ନିଖୋଜ ଅଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସ ପ୍ରଶାସନ ସହ ବିଧାୟକ ସୌଭିକ ବିଶ୍ୱାଳ ଓ ସ୍ଥାନୀୟ ଅଞ୍ଚଳର କର୍ପୋରେଟର ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି। ଅଞ୍ଚଳ ରେ ଶୋକାକୁଳ ପରିବେଶ। ଗତ କାଲି ରାତିରେ କଣ ଘଟଣା ଘଟିଛି ତାହା ତଦନ୍ତ ପରେ ଜଣା ପଡିବ। ଉଦ୍ଧାର ହୋଇ ଥିବା ଦୁଇ ଜଣଙ୍କ ମୃତ ଶରୀର ବ୍ୟବଛେଦ ପାଇଁ କଟକ ଏସିବିକୁ ପଠାଯାଇଛି।