ତ୍ରାହି ଅଚ୍ୟୁତ ଆଶ୍ରମରେ ବୁଲିଲା ବିଡିଏର ବୁଲଡୋଜର, ମାଟିରେ ମିଶିଲା ଫ୍ଲାଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସୁରବାବା ସାମ୍ରାଜ୍ୟରେ ବୁଲିଲା ବୁଲଡୋଜର । ଚଳିବନି ବେଆଇନ ନିର୍ମାଣ। ଅ୍ରନୁମତି ନନେଇ ଘର କରିଥିଲେ ବୁଲିବ ବିଡିଏ ଏନଫେର୍ସମେଣ୍ଟ ବୁଲ ଡୋଜର ।ତ୍ରାହି ଅଚ୍ୟୁତ ଆଶ୍ରମ ନିକଟ ଗଢି ଉଠିଥିବା ତ୍ରାହି ଅଚ୍ୟୁତ ନଗରରେ ବେଆଇନ ଘର ଉଛେଦ କରିଛି ବିଡିଏ । ଅଚ୍ୟୁତ ନଗରବୁଲିଲା ବୋଲ ଡୋଜର। ଧରାଶାୟୀ ହେଲା ଡୁପେକ୍ଲ।ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ନଗର ବିଡିଏ ମୌଜାରେରେ ଥିବା ୨୧ଟି ବେଆଇନ ପ୍ଲଟ ଚିହ୍ନଟ ରହିଛି । ପୋଲିସ, ବିଡିଏର ମିଳିତ ଟିମ୍ ପକ୍ଷରୁ ଉଚ୍ଛେଦ କରାଯାଇଛି । ସେପଟେ ଉଚ୍ଛେଦକୁ ବିରୋଧ କରି ଉତ୍ତେଜନା ଦେଖା ଦେଇଥିଲା । ପୋଲିସ, ବିଡିଏ ଅଧିକାରୀ ସ୍ଥାନୀୟ ମହିଳା କିଛି ସମୟ ବିରୋଧ କରିବା ସହ ଯୁକ୍ତି ତର୍କ କରିବା ଦେଖିବାକୁ ମିଳିଥିଲା।

ସେପଟେ ଛେଚ୍ଚଦ ବେଳେ କିଛି ସମୟ ପ୍ରତିବାଦ କରିଥିଲୋ ସ୍ଥାନିୟ ଲୋକ । ଡୁପ୍ଲାକ୍ସରୋ ରହୁଥିବା ମହିଳା ମାନେ ବିରୋଧ କରିଥିଲେ । । ବିଡିଏ ଅଧିନକୁ ଆସିବା ପୂର୍ବରୁ ଗୃହ ନିର୍ମାଣ ହୋଇଥିଲା, ମାତ୍ର ଯେତେବେଳେ ବିଡିଏ ଅଧିନକୁ ଆସିଲା ସେତେବେଳେ ନୋଟିସ ବି କରାଯାଇନଥିଲା ବୋଲି ସେମାନେ କହିଛନ୍ତି । ଏଣୁ ଘର ଉଚ୍ଛେଦ ନକରି ଆବଶ୍ୟକ ଜୋରିମାନା କରିବାକୁ ଦାବି ହୋଇଛି । ୧୨ ଜଣ ପ୍ଲଟ ମାଲିକଙ୍କ ପକ୍ଷରୁ ଓକିଲ ଜରିଆରେ ବିଡିଏ ଓ କୋର୍ଟରେ ଅପିଲ କରିଛନ୍ତି । ପୁର୍ବରୂ ଏହି ଅଞ୍ଚଳ ଗ୍ରାମ ପଞ୍ଚାୟତ ଅଧିନରେ ଯାଉଥିବା ବେଳେ ୨୦୧୧ ପରେ ଏହା ବିଡିଏ ଅଧିନକୁ ଆସିଛି। ହେଲେ ଏଠାରେ ୧୯୯୦ ମସିହା ପୁର୍ବରୁ ଏହାରେ ରହି ଆସୁଥିବା କହିଛନ୍ତି । ତ୍ରାହି ଅଚ୍ୟୁତ ନଗରର ୨୧ ଘର ଭାଙ୍ଗିବା ପାଇଁ ବିଡିଏ ପକ୍ଷରୁ ଓଡିଏ କୋର୍ଟର ଅନୁମତ ନେଇ ଭାଙ୍ଗି ବାକୁ ଅନୁମତି ଦେଇଛନ୍ତି। ହେଲେ ୨୧ ଫଲାଟ ମଧ୍ୟରୁ ୧୨ ଜଣ କୋର୍ଟର ଆଶ୍ରୟ ନେଇଥିବା ବେଳେ ଅନ୍ୟ ଘର ଭଙ୍ଗା ଅଭିଯାନ ଜାରି ରହିଛି ବିଡିଏ। ଅଧିକ ମେସିନ ଓ ଲୋକବଳ ଲଗାଇ ଭାଙ୍ଗିବାକୁ ଯୋଜନା କରିଛି ବିଡିଏ ।

ଆଜକୁ ଦୁଇ ବର୍ଷ ପୂର୍ବରୁ ତଥା ୨୦୨୦ ଡିସେମ୍ବର ମାସରେ ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବାଙ୍କ ଦେହାନ୍ତ ହୋଇଥିଲା । ସୁର ବାବା ୧୯୮୨ ମସିହାରେ ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠା କରିଥିଲେ। ପୋଥିରେ ଲୋକଙ୍କ ଅତୀତ, ଭବିଷ୍ୟତ ବିଷୟରେ ଅବଗତ କରାଇ ଅମାପ ସମ୍ପତ୍ତି ଅର୍ଜନ କରିଥିଲେ । ଆଶ୍ରମକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଲୋକମାନେ ଆସୁଥିଲେ। ମାତ୍ର ୨୦୧୫ ଅଗଷ୍ଟ ୩୦ରେ ସବୁକିଛି ଓଲଟି ଯାଇଥିଲା । ଆଶ୍ରମରେ ବହୁ କେଳେଙ୍କରୀ ହେଉଥିବା ଅଭିଯୋଗରେ ଏହାର ପ୍ରତିଷ୍ଠାତା ସୁର ବାବାଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.