ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍ ): ବକେୟା ଅର୍ଥ ନଦେବାରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂର ୩୧ ଦୋକାନକୁ ସିଲ କରିଛି ରାଜଧାନୀ ପୂଜା ସମିତି । ସାଢେ଼ ତିନି କୋଟି ଟଙ୍କା ଘର ଭଡ଼ା ବକେୟା ଟଙ୍କା ପୈଠ କରିନଥିବାରୁ ସିଲ୍ କଲା ସମିତି। ଦୀର୍ଘ ବର୍ଷ ଦୀର୍ଘବର୍ଷ ଧରିବକେୟା ଅର୍ଥନଦେବାରୁ ବାଧ୍ୟ ହୋଇ ଏପରି କରିଛି ରାଜଧାନୀ ପୂଜା ସମିତି । ସମିତିର ସଭାପତି ଅବନୀ କାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ସିଲ୍ କରାଯାଇଥିବା ସୂଚନା ମିଳିଛି । ତେବେ କିଛି ଦୋକାନୀ ଅଳ୍ପ ପେମେଣ୍ଟ କରିବା ଯୋଗୁ ସିଲ୍ ନକରି ଛାଡି ଦେଇଛି ସମିତି ।
ରାଜଧାନୀ ପୂଜା ସମିତି ମାର୍କେଟ ବିଲ୍ଡିଂରେ ୭୨ ଟି ଦୋକାନକୁ ଭଡ଼ା ଦେଇଛି । ତେବେ ସେଥି ମଧ୍ୟରେ ୩୧ଟି ଦୋକାନଙ୍କୁ ଆଜି ସିଲ ୍ କରିଛି । ଆଦାୟ ଟଙ୍କାରେ ସ୍ଥାନୀୟ ମନ୍ଦିରର ଉନ୍ନତିରେ ଲାଗିଥାଏ ।