ଓଡ଼ିଆ ନ୍ୟୁଜ୍: ବଲୁଚିସ୍ତାନରେ ପାକିସ୍ତାନ ସେନା ଉପରେ ଆକ୍ରମଣ ହୋଇଛି । BLA ଆକ୍ରମଣରେ ୩୨ ପାକିସ୍ତାନୀ ସେନା ନିହତ ସୂଚନା ମିଳିଛି । ବଲୁଚିସ୍ତାନରେ ପାକ୍ ସେନାଙ୍କୁ ଟାର୍ଗେଟ୍ କରିଥିଲା BLA । ପାକିସ୍ତାନର ସେନାର ଗାଡ଼ିକୁ ଟାର୍ଗେଟେ କରିଥିଲେ BLA । ବିସ୍ଫୋରଣରେ ୩ଟି ଗାଡ଼ି ଧ୍ବଂସ ହୋଇଥିବା ସୂଚନା ରହିଛି ।ଅନ୍ୟପଟେ ଗୁଜରାଟରୁ ଆଉ ଜଣେ ଗୁପ୍ତଚର ଗିରଫ ।
ଦେଶଦ୍ରୋହ ଅଭିଯୋଗରେ ସହଦବ ସିଂ ଗୋହିଲ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଗୁଜରାଟ ଏଟିଏଏସ । ତାଙ୍କ ବିରୋଧରେ ଭାରତୀୟ ନୌସେନାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନ ଦେଉଥବା ସାଂଘାତ ଅଭିଯୋଗ ଲାଗିଛି । ଏଥିସହ ବିଏସ୍ଏଫର ଅନେକ ତଥ୍ୟ ମଧ୍ୟ ପାକିସ୍ତାନକୁ ଦେଇଥିବା ସୂଚନା ମିଳିଛି । ମେ ୨ରେ ସହଦେବଙ୍କୁ ଜେରା ପାଇଁ ଡକାଯାଇଥିଲା ।