ଓଡ଼ିଆ ନ୍ୟୁଜ୍: ମୋନ୍ଥା’ ପାଇଁ ୩୨ ଟ୍ରେନ୍ ବାତିଲ।୨୭ ଓ ୨୮ ଦୁଇ ଦିନ ପାଇଁ ବାତିଲ।୩୨ ଟ୍ରେନ୍ ବାତିଲ ଘୋଷଣା କଲା ପୂର୍ବତଟ ରେଲୱେ। ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ୩୨ଟି ଟ୍ରେନ୍ ବାତିଲ କରିଛି ରେଲଓ୍ବେ। ଏହା ସହ ଗୋଟିଏ ଟ୍ରେନକୁ ଡାଇଭର୍ଟ କରାଯାଇଛି ଏବଂ ଯାତ୍ରୀମାନେ ଗାଡ଼ି ଚଳାଚଳର ସ୍ଥିତି ଜାଣିବା ସହ ଓ ଯାଞ୍ଚ କରିନେବାକୁ ରେଲଓ୍ବେ ପରାମର୍ଶ ଜାରି କରିଛି।
ସେହିପରି ବାତ୍ୟା ମୋନ୍ଥା ବର୍ତ୍ତମାନ ଚେନ୍ନାଇଠାରୁ ୫୨୦ କିଲୋମିଟର ଦୂରରେ ଥିବାବେଳେ, କାକିନାଡ଼ାଠାରୁ ୫୭୦ କିଲୋମିଟର ଦୂରରେ ରହିଛି । ଗୋପାଳପୁରଠାରୁ ୬୦୦କିଲୋମିଟର ଦୂରରେ ଅଛି । ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ । ବାତ୍ୟା ମୋନ୍ଥାପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ବାତ୍ୟା ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ।