ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଉଗ୍ର ହେଉଛି କାନପୁର ହିଂସା । ମହମ୍ମଦଙ୍କ ସମ୍ପର୍କରେ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ଉତ୍ତର ପ୍ରଦେଶର କାନପୁରଠାରେ ତୁମୁଳ ସଂଘର୍ଷ ଘଟିଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ଏହି ସଂଘର୍ଷରେ ପ୍ରବଳ ଢେଲାପଥର ମାଡ଼ ହୋଇଥିବାବେଳେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଜ୍ଞାନବାପୀ ମସଜିଦ ସମ୍ପର୍କିତ ଏକ ଟେଲିଭିଜନ ବିତର୍କରେ ଅଂଶଗ୍ରହଣ କରି ନୁପୂର ମହମ୍ମଦଙ୍କୁ ସମାଲୋଚନା କରିଥିଲେ। ଏହାର ପ୍ରତିବାଦରେ ମୁସଲମାନଙ୍କ ପକ୍ଷରୁ ଶୁକ୍ରବାର ପ୍ରାର୍ଥନା ପରେ ବନ୍ଦ ଡାକରା ଦିଆଯାଇଥିବାବେଳେ ପରେଡ ଚୌକ୍ ଅଞ୍ଚଳରେ ହିନ୍ଦୁଙ୍କ ସହ ସଂଘର୍ଷ ଘଟିଥିଲା।
ହିଂସାକାଣ୍ଡଠାରୁ ୫୦ କିଲୋମିଟର ଦୂରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଦୁର୍ବୃତ୍ତଙ୍କୁ କାବୁ କରିବା ପାଇଁ ୧୨ଟି ଥାନାର ପୋଲିସଙ୍କୁ ନିୟୋଜିତ କରାଯାିଥିଲା। ଏହି ଘଟଣାରେ ୩ ମାମଲା ରୁଜୁ ହେବ ସହିତ ସଂପୃକ୍ତ ୩୫ ଜଣ ଲୋକଙ୍କୁ ଗିରଫ କରାଯାଇଛି ପୋଲି ୟୁପି ପୋଲିସର ଏଡିଜି ଲ’ ଆଣ୍ଡ ଅର୍ଡର ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି । ଏହି ହିଂସାକାଣ୍ଡକୁ ନେଇ ପ୍ରଶାସନ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି ବୋଲି ବିରୋଧୀ ଦଳ ନେତା ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ।