ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଶୁଭ ରବିବାର। ସକାଳୁ ସକାଳୁ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। । ଆଜି ସକାଳେ ବରପାଲିର ମେହେର ପଡ଼ା ନିକଟରେ ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ଡ୍ରାଇଭରଙ୍କ ସମେତ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବଲାଙ୍ଗୀରରୁ ଝାରସୁଗୁଡା ଯାଉଥିଲା ସରକାରୀ ବସ ଏବଂ ବରଗଡ଼ରୁ ବଲାଙ୍ଗୀର ଯାଉଥିବା ଏକ ମାଲ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହାଁ ଧକ୍କା ହୋଇଥିଲା । ଯାହାଫଳରେ ବସ୍ ଓ ଟ୍ରକର ୨ ଜଣ ଡ୍ରାଇଭରଙ୍କ ସମେତ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରେ ବସ୍ ଓ ଟ୍ରକ୍ର ଡ୍ରାଇଭର ମଧ୍ୟ ଅଛନ୍ତି। ଉଭୟ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଅଛି। ଦୁର୍ଘଟଣା ସଂପର୍କରେ ଖବର ପାଇ ବରପାଲି ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।ଅନ୍ୟପଟେ ଦୁର୍ଘଟଣାପରେ ବରପାଲି ମେଡିକାଲରେ ଆହତମାନଙ୍କୁ ଭେଟିଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ। ସେ ମେଡିକାଲରେ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ଉନ୍ନତ ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।