ବିଡିଓ ମାଡାମଙ୍କ କାରରୁ ୪ ଲକ୍ଷ ୯୨ ହଜାର ଟଙ୍କା ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗାଡ଼ିରୁ ମୋଟା ଅଙ୍କର ଟଙ୍କା ଜବତ ହେବା ପଡ଼ିଲା ମହଙ୍ଗା। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ୪ ଲକ୍ଷ ୯୨ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି ବିଡିଓ ମ୍ୟାଡାମ୍ ଭବାନୀପାଟଣା DRDA ସମ୍ମିଳନୀ କକ୍ଷରେ ହେଉଥିବା ରିଭ୍ୟୁ ମିଟିଂରେ ଯୋଗ ଦେଇ ନିଜର ସହକର୍ମୀଙ୍କ ସହ ସରକାରୀ ଗାଡ଼ିରେ ଫେରିବା ବେଳେ ତାଙ୍କ ଗାଡ଼ିରୁ ୪ ଲକ୍ଷ ୯୪ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ।

ତେବେ ଏହି ଟଙ୍କା ସଂପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ବିଡିଓ ମାଡାମ୍। ଯାହାକୁ ନେଇ ଭିଜିଲାନ୍ସ ଅଧିକାରୀଙ୍କର ସନ୍ଦେହ ବଢ଼ିଥିଲା। ବିଡିଓ ମାଡାମଙ୍କୁ ଅଟକ ରଖି ଏତେ ଟଙ୍କା କେଉଁଠୁ ଆଣିଲେ, କିଏ ଏହି ଟଙ୍କା ଦେଲା ସେହି ସଂପର୍କ ପଚରାଉଚରା କରିଥିଲା ଭିଜିଲାନ୍ସ। ଆଜି ତାଙ୍କୁ ଗିରଫ କରାଯାଇଛି।  ତେବେ ସୂଚନା ମୁତାବକ, ବିଡିଓ ଅକ୍ଷମିତା କାର୍ତ୍ତିକ ଗାଡ଼ି ନମ୍ବର ଓଡ଼ି ୦୨ ସିଏଚ ୨୪୨୪ ବୋଲେରୋରେ ୪ଲକ୍ଷ ୯୨ ଲକ୍ଷ ଟଙ୍କା ନେଉଥିବା ନେଇ ଆଗରୁ ସୂଚନା ପାଇ ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ଛକି ରହିଥିଲେ। ଏହି ଟଙ୍କା କାହାର ବୋଲି ପଚାରିବାରୁ ସଠିକ ଉତ୍ତର ଦେଇ ନ ପାରିଥିଲେ।

ବିଡିଓଙ୍କ ବ୍ୟତୀତ ଏହି ଗାଡ଼ିରେ ଥିବା ଏପିଓ କ୍ଷେତ୍ରମୋହନ ମାଝୀ, ବ୍ଲକ ପ୍ରୋଗ୍ରାମ କୋର୍ଡ଼ିନେଟର ମଧୁସୂଦନ ସାହୁଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଅଟକ ରଖିଥିଲା। ସେହିଭଳି ଅକ୍ଷମିତା କାର୍ତ୍ତିକଙ୍କ ପୈତୃକ ଘର କୋରାପୁଟ, ଭୁବନେଶ୍ୱର, ରାୟଗଡ଼ା ଏବଂ ଗୋଲାମୁଣ୍ଡା ବ୍ଲକର ଦୁଇଟି ଜାଗାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.