ଗଞ୍ଜାମ: ପିତଳ ଛକରେ କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୪ ଜଣଙ୍କୁ ହତ୍ୟା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ହିଂଜିଳିକାଟୁ ଥାନା ପିତଳ ଛକରେ ବଡ଼ ଧରଣର ହତ୍ୟାକାଣ୍ଡ। କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। ଏହି ଘଟଣାରେ 3ଜଣ ଭାଇ ଓ ଜଣେ ପୁତୁରାଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ କରିଥିବା ଗୋଷ୍ଠୀର ଜଣେ ଆହତ ହୋଇ ଏମକେସିଜିରେ ଭର୍ତି ହୋଇଛନ୍ତି। ଗତକାଲି ରାତି 11ଟା40ର ଘଟଣା। ଏହି 4ଜଣ ପିତଳ ଛକରେ ଥିବା ନିଜ ଫାଷ୍ଟଫୂଡ଼ ଦୋକାନ ବନ୍ଦ କରିବାକୁ ଯାଇଥିବା ବେଳେ ବିପକ୍ଷ ଗୋଷ୍ଠୀର ନିକଟସ୍ଥ ଗ୍ରାମ ରାମଚନ୍ଦ୍ରପୁରର 6ଜଣଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।ବିପକ୍ଷ ଗୋଷ୍ଠୀର ଯୁବକ ମାନେ ଏମାନଙ୍କୁ ଠେଙ୍ଗା ଓ ଲୁହା ରଡ଼ରେ ଆକ୍ରମଣ କରିଥିଲେ। ଫଳରେ ପିତଳ ନରେନ୍ଦ୍ରପୁର ଅଂଚଳର ମଙ୍ଗୁଳୁ ସ୍ୱାଇଁଙ୍କ 3 ପୁଅ ଶମ୍ଭୁ ସ୍ୱାଇଁ, ପାଣ୍ଡୁରା ସ୍ୱାଇଁ ଓ ରାଜା ସ୍ୱାଇଁ, ତାଙ୍କ ପୁତୁରା ଚନ୍ଦନ ସ୍ୱାଇଁ ଗୁରୁତର ଆହତ ହୋଇଥିଲେ। ଆକ୍ରମଣ କରିଥିବା ଗୋଷ୍ଠୀର ଜଣେ ଯୁବକ ମଧ୍ୟ ଆହତ ହୋଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଏମକେସିଜିରେ ଭର୍ତି କରିଥିଲା।

ସେଠାରେ ଡାକ୍ତର 4ଜଣଙ୍କୁ ମୃତ ଘୋଷିତ କରିଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ମୃତକ 4ଜଣ ପିତଳ ଛକ ସ୍ଥିତ ନିଜ ଫାଷ୍ଟଫୁଡ଼ ଦୋକାନରେ କାମ କରନ୍ତି। ଗତକାଲି ରାତି 10ଟାରେ ଏକ ଗାଡି ଦୁର୍ଘଟଣା ଘଟିଥିଲା। ଜଣେ ପୁରୁଷ ଓ ଜଣେ ମହିଳା ବାଇକରେ ଯାଉଥିବା ବେଳେ ହଠାତ ଏକ କୁକୁର ଆସିଯିବାରୁ ବାଇକରୁ ପଡ଼ି ସେମାନେ ଆହତ ହୋଇଥିଲେ। ଏହି ସମୟରେ ରାସ୍ତା କଡ଼ ଏକ ଦୋକାନରେ ଠିଆ ହୋଇଥିବା ଦୁଇ ଜଣ ଯୁବକ ଙ୍କ ମଧ୍ୟରୁ ଜଣେ ଯୁବକ ଆହତ ମହିଳାଙ୍କୁ ସହାୟତା କରିଥିଲେ। ଏହି ସମୟରେ ପାଣ୍ଡୁରା ଓ ତାଙ୍କ ଭାଇ ଏହି ଘଟଣାକୁ ନେଇ କିଛି କମେଣ୍ଟ କରିଥିଲେ। ତାହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ପରେ ବିପକ୍ଷ ସେଠାରୁ ପଳାଇ ଯାଇଥିଲେ। ତେବେ ଏମାନେ ଦୋକାନ ବନ୍ଦ କରୁଥିବା ସମୟରେ ଦୁର୍ବୁର୍ତ୍ତ ମାନେ ଏକତ୍ରିତ ହୋଇ ଏମାନଙ୍କୁ ଆକ୍ରମଣ କରିଥିଲେ। ଏମାନେ ବି ପ୍ରତିଆକ୍ରମଣ କରିଥିଲେ। ଏଥିରେ 4ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପକ୍ଷର ଜଣେ ଆହତ ହୋଇଛନ୍ତି।ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପ୍ରଥମେ ହିଂଜିଲିକାଟୁ ଓ ପରେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତି କରିଥିଲା। ଆକ୍ରମଣ ଅଭିଯୋଗରେ 2ଜଣଂଙ୍କୁ ଅଟକ ରଖିଛି ପୋଲିସ।

Leave A Reply

Your email address will not be published.