ଭୁବନେଶ୍ୱରର ରାସ୍ତାକଡରୁ ମିଳିଲା ନରକଙ୍କାଳ; ଆବର୍ଜନା ଭିତରୁ କଙ୍କାଳ ଉଦ୍ଧାର

0

ଆବର୍ଜନା ଭିତରେ ପଡିଛି କଙ୍କାଳ। ଗୋଟିଏ କି ଦୁଇଟି ନୁହେଁ ଏକାଧିକ କଙ୍କାଳ ରାସ୍ତା କଡ ଆବର୍ଜନା ଭିତରେ ପଡିରହିଥିବା ସୂଚନା ରହିଛି। ଭୁବନେଶ୍ୱର ମଞ୍ଚେଶ୍ୱର୍ ଥାନା ସ୍ଥିତ ଏକ ବ୍ରିଜ ନିକଟରୁ ନର କଙ୍କାଳ ମିଳିଛି। ପ୍ରାୟ ୬ଟି ଖପୁରୀ ସହିତ ଏକାଧିକ କଙ୍କାଳ ରହିଛି। ତେବେ କୁଆଡୁ ଏତେ ସଂଖ୍ୟାରେ କଙ୍କାଳ ଆସିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନେଇ ପୋଲିସର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଏସପି ସଞ୍ଜୀବ ଶତପଥୀ। ପ୍ରାଥମିକ ତଦନ୍ତ ପରେ ସତ୍ୟତା ସାମ୍ନାକୁ ଆସିବ ବୋଲି କହିଛନ୍ତି ଶତପଥୀ।

Leave A Reply

Your email address will not be published.