୪ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ

0

ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ ଗରିଆବନ୍ଧରେ ୪ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ।ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା।୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଓଡ଼ିଶା ଓ ଛତିଶଗଡ଼ରେ ଆତଙ୍କ ଖେଳାଇଥିଲେ।ନଗଦ ୧୬ ଲକ୍ଷ ଟଙ୍କା, ୩୧ ଗୁଳି, ୨ ମାଗାଜିନ୍ ସହ କଲେ ଆତ୍ମସମର୍ପଣ।୪ ଜଣଙ୍କ ମୁଣ୍ଡ ଉପରେ ଥିଲା ୧୯ ଲକ୍ଷ ଟଙ୍କାର ପୁରସ୍କାର ରାଶି।

ଏମାନେ ହେଲେ ମହିଳା ନକ୍ସଲ ରନୀତା ଓରଫ ପାୟକି, ସୁଜାତା ଓରଫ ଅରେ କୁରାମ, ଦୀପକ ଓରଫ ଭୀମା ମାଣ୍ଡବୀ ଏବଂ କୈଳାସ ଓରଫ ଭୀମା ଭୋଗମ। ତେବେ ଏହି ନକ୍ସଲମାନେ ଅଟୋମେଟିକ ରାଇଫଲ ସହ ଆତ୍ମସମର୍ପଣ କରିଥିବାରୁ ସଂଗଠନକୁ ବଡ ଝଟକା ଲାଗିଥିବା ପୁଲିସ କହିଛି। ସରକାରଙ୍କ ତରଫରୁ ଆତ୍ନନିର୍ଭରଶୀଳ ନୀତି ନକ୍ସଲଙ୍କୁ ବେଶ ଉତ୍ସାହିତ କରିଛି।

Leave A Reply

Your email address will not be published.