ସିପି ରାଧାକ୍ରିଷ୍ଣନ NDA ଉପରାଷ୍ଟ୍ରପତି ପ୍ରାର୍ଥୀ

0

ଓଡ଼ିଆ ନ୍ୟୁଜ୍: ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା NDA।ସି.ପି ରାଧାକ୍ରିଷ୍ଣନ ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ।ଘୋଷଣା କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି ସି.ପି ରାଧାକ୍ରିଷ୍ଣନ। ତାମିଲନାଡୁର ପୂର୍ବତନ ବିଜେପି ସଭାପତି ଭାବେ କାର୍ଯ୍ୟ କରିଥିଲେ।କୋଏମ୍ବାଟୁର ସଂସଦୀୟ କ୍ଷେତ୍ରରୁ ୨ ଥର ନିର୍ବାଚିତ ହୋଇଥିଲେ।୧୬ ବର୍ଷ ବୟସରୁ RSS ଓ ଜନସଂଘ ସହ ଜଡ଼ିତ।ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଧାକୃଷ୍ଣନ ଗତ ବର୍ଷ ଜୁଲାଇ ୩୧ ତାରିଖରେ ମହାରାଷ୍ଟ୍ରର ରାଜ୍ୟପାଳଭାବେ ଶପଥ ନେଇଥିଲେ। ତାପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ସେ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ସଭାପତି ଥିଲେ।

ନଡ୍ଡା ଆହୁରି ମଧ୍ୟ କହିଥିଲେ ଯେ ଶ୍ରୀ ରାଧାକୃଷ୍ଣନଙ୍କ ନାମରେ ସବୁ ଦଳଙ୍କ ମଧ୍ୟରେ ସହମତି ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି, ଯେପରିକି ସେ ନିର୍ବିରୋଧ ନିର୍ବାଚିତ ହୋଇପାରିବେ । ଏଥିଲାଗି ବିରୋଧୀ ଦଳ ନେତାମାନଙ୍କ ସହ ସଂପର୍କ କରାଯାଉଛି । ଏନଡିଏ ମେଣ୍ଟ ମଧ୍ଯରେ ରାଧାକୃଷ୍ଣନଙ୍କ ନାମକୁ ନେଇ ସହମତି ରହିଥିବା ସେ କହିଥିଲେ ।

Leave A Reply

Your email address will not be published.