ନୟାଗଡ଼ ପଣ୍ଡୁସର ବ୍ରିଜରେ ଫାଟିଲା ତେଲଟାଙ୍କି ଗାଡି, ୫ ମୃତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ତେଲ ଟାଙ୍କି ଗାଡି ଫାଟି ୫ ମୃତ। ନୟାଗଡ଼ ଇଟାମାଟି ଥାନା ବଡ଼ ପଣ୍ଡୁସର ବ୍ରିଜରେ ଦୁର୍ଘଟଣା । ଗାଡିଟି ବ୍ରିଜ ବାଡାରେ ପିଟି ହୋଇ ତଳକୁ ଖସି ପଡିବାରୁ ୫ଜଣ ଜୀବନ୍ତ ଦଗ୍ଦ ହୋଇଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ପାରାଦୀପରୁ ତେଲଟାଙ୍କି ଗାଡ଼ି ଧରି ନୟାଗଡ଼ ଆସିଲା ବେଳେ ଗାଡିରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ସାନପଣ୍ଡୁସର ଗାଁର। ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କରିଥିଲା।

ଯାହା ଜଣାପଡିଛି ପାରାଦୀପ ରୁ ହିନ୍ଦୁସ୍ଥାନ ପେଟ୍ରୋଲିୟମର ଦୁଇଟି ଗାଡି ଆଗପଛ ହୋଇ ନୟାଗଡ଼ ଆସୁଥିଲେ । ଇଟାମାଟି ଥାନା ବଡ଼ ପଣ୍ଡୁସର ବ୍ରିଜ ଉପରେ ପଛ ତେଲଟାଙ୍କି ଗାଡିଟି ଦୁର୍ଘଟଣା ଘଟି ବ୍ରିଜ ତଳକୁ ଖସି ପଡ଼ିଥିଲା । ଯାହାଫଳରେ ଆଗରେ ଯାଉଥିବା ଗାଡି ଏହା ଦେଖି ଅଟକି ଯାଇଥିଲା । ଏବଂ ସେଥିରେ ଥିବା ୩ଜଣ ଯୁବକ ଉଦ୍ଧାର କରିବାକୁ ଧାଇଁ ଯାଇଥିଲେ । ମାତ୍ର ର୍ଦୁଭାଗ୍ଯ ବଶତଃ ତେଲଟାଙ୍କି ଫାଟି ଯିବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ ହୋଇଥିଲା ଏବଂ ଅନ୍ୟ ୩ଜଣ କଟକ ସ୍ଥାନନ୍ତିରତ ହୋଇଥିଲେ ମାତ୍ର, ତାଙ୍କର ମଧ୍ୟ ମୃତ୍ଯୁ ଘଟିଛି ।

ଅନ୍ଯପଟେ ଘଟଣା ପରେ ଆଜି ସକାଳୁ ତେଲ ଟାଙ୍କି ଗାଡିରୁ ଦୁଇ ମୃତଦେହକୁ ଉଦ୍ଧାର କରାଯାଇଛି । ବୋଲଗଡ଼ ଏବଂ ନୟାଗଡ଼ ଦମକଳ ବାହୀନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି।

 

Leave A Reply

Your email address will not be published.