ପୁଣି ସାମ୍ବାଦିକତା ବୃତ୍ତିରେ କଳଙ୍କର ଛିଟା: ଚାକିରି ଦେବା ନାଁରେ ଯୁବକଙ୍କୁ ଲକ୍ଷାଧିକ ଟଙ୍କା ଠକିଥିବା ୫ ଠକ ଗିରଫ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବିପଦରେ ଅସଲି ସାମ୍ବାଦିକଙ୍କ  ସାମ୍ବାଦକତା । ପୁଣି ସାମ୍ବାଦିକତା ବୃତ୍ତିରେ ଲାଗିଛି କଳଙ୍କର ଛିଟା । ଏକ ୱେବ ଟିଭି ଚ୍ୟାନେଲର ସାମ୍ବାଦିକତା ନାଁରେ ୫ ଠକ ଗିରଫ । ଚାକିରି ଦେବା ନାଁରେ ଜଣକ ପିଛା ନେଇଥିଲେ ୪୦ ହଜାର ଟଙ୍କା । ଏମିତି ୭୦ ପିଲାଙ୍କୁ ଚୁନା ଲଗାଇଥିଲେ । ରାୟଗଡ ସହରର ୨ ଜଣ, ଭୁବନେଶ୍ୱରର ୨ ଜଣ ଓ ଯାଜପୁର ବରି ରାମଚନ୍ଦ୍ରପୁରର ଜଣଙ୍କୁ ବାନ୍ଧିଛି ପୋଲିସ । ଏଥିସହ ଲ୍ୟାପ୍‌ଟପ, ଡେସ୍କଟପ, ହାର୍ଡ ଡିସ୍କ, କଲର ପ୍ରିଣ୍ଟର, ୧୭ଟି ସିଲ ସହ ନଗଦ ୨୧ ହଜାର ଟଙ୍କା ଜବତ କରିଛି ।  ଏମାନେ ନାଲକୋ ଓ ସୁନାବେଡା ହାଲରେ ବିଭିନ୍ନ ପଦବୀରେ କାମ କରାଇ ଦେବା ପାଇଁ ଯୁବକ ଯୁବତୀଙ୍କୁ ଲୁଟୁ ଥିଲେ ମୋଟା ଅଙ୍କର ଅର୍ଥ । ଏନେଇ ବିଜ୍ଞାପନ ମଧ୍ୟ ପ୍ରକାଶ ପାଉଥିଲା ।

ବେକାରୀ ଯୁବକ ଫସିବା ପରେ ପ୍ରସ୍ତୁତ ହେଉଥିଲା ଜାତୀୟ କଂପାନୀର କର୍ମଚାରୀ ନାମରେ ନକଲି ପରିଚୟ ପତ୍ର । ଏହାକୁ ଦେଖାଇ କମ୍ପାନୀ ଭିତରକୁ ମିଳୁଥିଲା ପ୍ରବେଶ । ଏମିତି ଏକ ଠକ ରାକେଟକୁ ଠାବ କରିଛି କୋରାପୁଟ ପୋଲିସ । ସୁନାବେଡା ଏସଡିପିଓ ତତ୍ୱାବଧାନରେ ଦାମନଜୋଡି, ସୁନାବେଡା ସମେତ ୩ଟି ଥାନାର ଅଧିକାରୀଙ୍କୁ ନେଇ ଟିମ୍‌ ଗଠନ କରାଯାଇ ତଦନ୍ତ କରିଥିଲେ । ସେମିଳିଗୁଡାର ଏକ ହୋଟେଲରୁ ଭୁବନେଶ୍ୱରର ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

Leave A Reply

Your email address will not be published.