ରବିବାର ଅପରାହ୍ନ ୩:୧୦ ସମୟରେ ମହାରାଷ୍ଟ୍ରର ନାସିକ ନିକଟରେ ଲୋକମାନ୍ୟ ତିଲକ- ଜୟନଗର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ରେଳବାଇ ପକ୍ଷରୁ ସୂଚନା ମିଳିଛି । ମହାରାଷ୍ଟ୍ରର ନାସିକ ନିକଟସ୍ଥ ଲାହଭିଟ୍ ଏବଂ ଦେବଲାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଛି ବୋଲି ଜଣାପଡିଛି। ଘଟଣାସ୍ଥଳକୁ ରିଲିଫ୍ ଟ୍ରେନ୍ ଏବଂ ମେଡିକାଲ ଭ୍ୟାନ୍ ପଠାଯାଇଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।ଏହି ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର ଅଘଟଣ ଘଟି ନଥିବା ସୂଚନା ମିଳିଛି।
ଦୁର୍ଘଟଣା ଯୋଗୁ କେତେକ ଟ୍ରେନ୍ର ଗତିପଥ ବଦଳାଯାଇଛି। ସେହିପରି କେତେକ ଟ୍ରେନ୍କୁ ବାତିଲ କରାଯାଇଛି। ତେବେ ରେଳବାଇର ସୂଚନାନୁସାରେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନାହିଁ ଏବଂ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ବୋଲି ଅଧିକାରୀ କହିଛନ୍ତି।ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯାତ୍ରୀଙ୍କ ସୁବିଧା ପାଇଁ ସେଠାରେ ବସ୍ ବ୍ୟବସ୍ଥା କରାଯାଇଥିବା କୁହାଯାଉଛି।