ସୋର: ପ୍ରସାଦ ବଣ୍ଟନ ବେଳେ ଗଣ୍ଡଗୋଳ,୧ମୃତ ଓ ୫ଆହତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବାଲେଶ୍ଵର ଜିଲା ଖଇରା ଥାନା ଅଧୀନ ପ୍ରସିଦ୍ଧ ବକ୍ରେଶ୍ଵର ପୀଠରେ ଯଜ୍ଞ ଆୟୋଜନ ପରିପ୍ରେକ୍ଷୀରେ ପ୍ରସାଦ ବଣ୍ଟର ସମୟରେ ପ୍ରସାଦ ବଣ୍ଟନ ରେ ଥିବା ବ୍ୟକ୍ତି ଓ ଧାଡିରେ ଥିବା କିଛି ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ ପରେ ଠେଲାପେଲା ଘଟିଥିଲା । ଏଥି ଯୋଗୁଁ ଖାଦ୍ୟ ସ୍ଥଳ ରେ ନିକଟରେ ପ୍ରସାଦ ସେବନ କରୁଥିବା ସିମୁଳିଆ ଥାନା ବାଉରିପଦା ଗ୍ରାମର ସାବିତ୍ରୀ ଜେନା(୬୮)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏଥିସହ ୫ଜଣ ଆହତ ହୋଇଛନ୍ତି lଆହତ ମାନଙ୍କ ମଧ୍ୟରୁ ବରିହା ଗ୍ରାମର ଗୌତମ ମହାପାତ୍ର(୨୫),ଟିପସଗଡିଆ ଗ୍ରାମରମୁକ୍ତିକାନ୍ତ ଜେନା, ତରାଙ୍ଗ ଗ୍ରାମର ଦେବାଶିଷ ଜେନା ଙ୍କୁ ଚିକିତ୍ସାପାଇଁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତ୍ୟୁର ସଠିକ କାରଣ ଜଣା ପଡିନଥିବା ବେଳେଗଣ୍ଡଗୋଳରେ ଭୟଭୀତ ହୋଇ ହୃତଘାତରେ ପ୍ରାଣ ହରାଇଥିବା ନେଇ ମନ୍ଦିର କମିଟି ଓ ଖଇରା ପୋଲିସ କହିଛି ।

ମନ୍ଦିରରେ ଯଜ୍ଞର ପୂର୍ଣ୍ଣାହୁତି ଚାଲିଥିବା ବେଳେ ମନ୍ଦିରବାହାର ପଡିଆରେ ପ୍ରସାଦ ବ ଣ୍ଟନ କରାଯାଉଥିଲା । କୌଣସୀ କାରଣକୁ ନେଇ ପ୍ରସାଦ ବଣ୍ଟନ ରେ ଥିବା ଟିପସଗଡିଆ ଗ୍ରାମର ଜଣେ ସ୍ଵେଚ୍ଛାସେବୀ ଓ ଧାଡ଼ିରେ ଭୋଜନ ଅପେକ୍ଷାରେ ଥିବା ବାଉରିପଦା ଗ୍ରାମର ଜଣେ ଯୁବକଙ୍କ ମଧ୍ୟରେ କୌଣସୀ କଥାକୁ ନେଇ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ଏହାକୁ ଉଭୟଙ୍କ ସମର୍ଥକ ଠେଲାପେଲାରେ ସାମିଲହେବା ପରେ ଏଭଳି ଅଭବନୀୟ କାଣ୍ଡ ଘଟିଥିଲା । ଖଇରା ପୋଲିସ ଘଟଣାସ୍ଥଳରେ ପହଂଚି ଜଣକୁ ଅଟକ ରଖିବା ସହ ପରିସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିଛି ।

Leave A Reply

Your email address will not be published.