ଖୋର୍ଦ୍ଧା ଟାଙ୍କୀ ଜାତୀୟ ରାଜପଥରେ ଦୁର୍ଘଟଣା, ଜଣେ ମୃତ ଓ ୪ ଗୁରୁତର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ-ଚାନ୍ଦପୁର ବାଇପାସ୍ ଗୌରଚନ୍ଦ୍ରପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ହୋଇଥିଲେ । ସେଥିରୁ ଏବେ ଜଣେ ସାମାନ୍ୟ ସୁସ୍ଥ ଅଛନ୍ତି। ୩ଜଣଙ୍କ ସ୍ୱାସ୍ଥ୍ୟ ଅଵସ୍ଥା ଗୁରୁତର ଅଛି । ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଜନସାଧାରଣ ୧୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଯାହା ଫଳରେ ଉଭୟ ପାର୍ଶ୍ୱରେ ବହୁ ଗାଡି ମୋଟର ଅଟକି ରହିଛି ।
ସେମାନଙ୍କର ଦାବି ଏଠାରେ ବାରମ୍ବାର ଦୁର୍ଘଟଣା ଘଟିଥିବା ବେଳେ । ଏହାର ସ୍ଥାୟୀ ସମାଧାନ ପାଇଁ ଓଭର ବ୍ରିଜ ନିର୍ମାଣ କରାଯାଉ ।

ଏହି ସମ୍ପର୍କରେ ବାରମ୍ବାର ଉଚ୍ଚ ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇ ଥିଲେ ସୁଦ୍ଧା କିଛି ସୁଫଳ ମିଳିନି । ଏଠାରେ ପ୍ରତିଦିନ କିଛିନା କିଛି ଦୁର୍ଘଟଣା ଘଟୁଛି । ଗତ ୨୫/୨/୨୩ତାରିଖ ରାତିରେ ସେହି ସ୍ଥାନରେ ସ୍ୱାମୀ ସ୍ତ୍ରୀ ଓ ପୁଅ ରାସ୍ତା ପାର ସମୟରେ ଦୁର୍ଘଟଣା ଘଟିଥିଲା । ସେମାନେ ଏବେ ଚିକିତ୍ସିତ ହେଉଥିବା ଜଣାପଡିଛି । ବିଗତ ଦିନରେ ମଧ୍ୟ ଏଠାରେ ଅନେକ ଜୀବନ ଯାଇଛି । ଖବର ପାଇ ଚାନ୍ଦପୁର ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

Leave A Reply

Your email address will not be published.