ଗୋରୁ ଗାଡ଼ିକୁ ଅଟକାଇବାକୁ ଯାଇ ମାଫିଆଙ୍କ ଆକ୍ରମଣ ଶିକାର ହେଲା ଆଠଗଡ଼ ପୋଲିସ, ଏସଆଇ ଗୁରୁତର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ,ଗତକାଲି ବିଳମ୍ୱିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ତିଗିରିଆ ପୋଲିସ୍ ପକ୍ଷରୁ ତିଗିରିଆ ଶାସନ ଛକରେ ଏକ ଚୋରା ଗୋରୁ ବୋଝେଇ କଣ୍ଟେନର କୁ ଅଟକାଇବା ପରେ କରଡ଼ାପଲ୍ଲୀ ଗ୍ରାମର ପନ୍ଦର ରୁ କୋଡ଼ିଏ ଜଣ ଚୋରା ଗୋରୁ ମାଫିଆ ତିଗିରିଆ ପୋଲିସ୍ ଉପରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା ଓ si ସନ୍ତୋଷ କୁମାର ପ୍ରଧାନ ଗୁରୁତର ଆହତ ହୋଇଥିଲେ। ଅଳ୍ପକେ ବର୍ତ୍ତି ଯାଇଥିଲେ ଥାନା ଡ୍ରାଇଭର। ଜଣେ Asi, ଦୁଇ ଜଣ ହୋମ୍ ଗାଡ଼, ମାଫିଆ ମାନେ ବନ୍ଧୁକ ଦେଖାଇବା ସହ ଭୁଜାଲି, ରଡ଼ ଓ ଠେଙ୍ଗା ଦ୍ୱାରା ଆକ୍ରମଣ କରିଥିଲେ । ଖବର ପାଇବା ପରେ ଆଠଗଡ଼ SDPO, ଆଠଗଡ଼, ବଡ଼ମ୍ବା, ମାଣିଆବନ୍ଧ ଓ କାନପୁର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ, ଜଣେ ମାଜିଷ୍ଟେଟ ଙ୍କ ନେତୃତ୍ୱରେ ପୋଲିସ୍ ପକ୍ଷରୁ କରଡାପଲ୍ଲୀ ଗ୍ରାମ ଉପରେ ଚଢ଼ାଉ କରାଯାଇ ଦୁଇ ଜନଙ୍କୁ ଉଠାଇ ଆଣିଥିଲା ତିଗିରିଆ ପୋଲିସ୍ ।

ଅନ୍ୟ ପକ୍ଷରେ ଅନ୍ୟ ଆକ୍ରମଣ କାରୀ ମାନେ ଏବେ ବି ଫେରାର ଅଛନ୍ତି । ତେବେ ଆଠଗଡ଼ SDPO ଙ୍କ ନେତୃତ୍ବରେ ଦୁଇ ପ୍ଲାଟୁନ୍ ଫୋର୍ସ ସହିତ ତିଗିରିଆ ପୋଲିସ୍ ପକ୍ଷରୁ ସ୍ଥାନୀୟ ବାରମାଣ ଜଙ୍ଗଲ ମଧ୍ୟରେ ଆସାମୀ ମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ କରାଯାଇଥିଲା।  ଖବର ପାଇ ଆସାମୀ ମାନେ ସେଠାରୁ ଚଂପଟ ମାରିବାରେ ସଫଳ ହୋଇଥିଲେ । କିନ୍ତୁ ମାଫିଆ ମାନେ ବାରମାଣ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିବା ଦୁଇଟି କଣ୍ଟେନରକୁ ପୋଲିସ୍ କାବୁ କରି ନେଇଥିବା ସହ ତିରିଶରୁ ଅଧିକ ଗାଈକୁ ଉଦ୍ଧାର କରିଛି । ଖୁବଶୀଘ୍ର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆସାମୀ ମାନଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଠଗଡ଼ SDPO ବିଜୟ କୁମାର ବିଶି ।

Leave A Reply

Your email address will not be published.