ଖୋଲିଲା ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍‌

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ହୀରାକୁଦ ଡ୍ୟାମର ଖୋଲିଲା ଆଉ ୫ଟି ଗେଟ୍। ପୂର୍ବରୁ ୨ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ଏବେ ୫ଟି ଗେଟ୍‌ ଖୋଲିବା ପରେ ୭ଟି ଗ୍ୟାଟ୍‌ ଦେଇ ଜଳ ନିଷ୍କାସିତ ହେଉଛି।  ହୀରାକୁଦ ଡ୍ୟାମରେ ଆଜି ୫ଟି ଗେଟ୍ ଖୋଲାଯିବା ନେଇ ତଳିଅଞ୍ଚଳରେ ଲୋକଙ୍କୁ ସୂଚନା ଦିଆଯାଇଥିଲା। ଏହାସହ ଗେଟ୍‌ ଖୋଲିବା ପରେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କର କିଛି କ୍ଷତି ହେବ ନାହିଁ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି।

ଏଥିପାଇଁ ଗେଟ୍‌ ଖୋଲିବା ପାଇଁ ଜଳ ସଂପଦ ବିଭାଗ ଏପରି ନିଷ୍ପତ୍ତି ନେଇଛି।ଅନ୍ୟପକ୍ଷରେ କଟକ ମୁଣ୍ଡଳୀରେ ଜଳସ୍ତର କମୁଛି। ଏଥିପାଇଁ ହୀରାକୁଦ ଡ୍ୟାମରେ ୫ଟି ଗେଟ୍‌ ଖୋଲିଲେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ ଜଳ ସଂପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ହୀରାକୁଦ ଡ୍ୟାମର ୫ଟି ଗେଟ୍‌ ଖୋଲିବା ପରେ ବନ୍ୟାଜଳ ପ୍ରାୟ ୩୬ ଘଣ୍ଟା ମଧ୍ୟରେ ମୁଣ୍ଡଳୀରେ ପହଞ୍ଚିବ। ଏନେଇ ଜଳସଂପଦ ବିଭାଗ ସ୍ଥିତି ଉପରେ ନଜର ରଖିଛି।

Leave A Reply

Your email address will not be published.