ଯାଜପୁରରେ ୫ଟି ସଚିବ ଭିକେ ପଣ୍ଡିଆନ ବାର୍ତ୍ତା: ଓଡ଼ିଶାରେ ଭଲ କାମ ପାଇଁ ଧର୍ମଶାଳାର ନାଁ ରହିଛି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଯାଜପୁର ଜିଲ୍ଲା ଧର୍ମଶାଳା ଗସ୍ତରେ ୫ଟି ସଚିବ ଭିକେ ପଣ୍ଡିଆନ। ଆଜି ଚଣ୍ଡିଖୋଲ କାର୍ଯ୍ୟକ୍ରମ ସାରି ଜାରକା କଳ୍ପତରୁ ଦାସ ଷ୍ଟାଡିୟମରେ ହେଲିକ୍ୟାପ୍ଟର ଯୋଗେ ପହଂଚିଥିଲେ ୫ଟି ସଚିବ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ଧର୍ମଶାଳା ମହୋତ୍ସବ ପଡ଼ିଆ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା। ସଭାସ୍ଥଳରେ ସଚିବ ପହଁଚି ପ୍ରଥମେ ଜନସାଧାରଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମଶାଳାର ସମସ୍ତ ମହାବିଦ୍ୟାଳୟ ଗୁଡିକୁ ୫ଟିରେ ଅନ୍ତର୍ଭୁକ୍ତ କରିଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀ ମାନେ ସମସ୍ତ ସୁବିଧା ପାଇବେ ଏବଂ ବାପା ମାଙ୍କ ସ୍ୱପ୍ନକୁ ପୂରଣ କରିପାରିବେ। ସେମାନଙ୍କର ଉଜ୍ଜ୍ୱଳ, ଭବିଷ୍ୟତ କଥା ଚିନ୍ତା କରୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ ୫ଟି ସଚିବ। ସାରା ରାଜ୍ୟରେ ଧର୍ମଶାଳାର ନାଁ ଅଛି। ଧର୍ମଶାଳାରେ ଭଲ କାମ ହୁଏ ବୋଲି ମୁଖ୍ୟମନ୍ତ୍ରୀ ଜାଣନ୍ତି। ଏଠି ସରକାର ଯେଉଁ ଟଙ୍କା ଦିଅନ୍ତି ଓଡ଼ିଶାରେ ସବୁଠୁ ଭଲ କାମ ହୁଏ।

ଏହାକୁ ଧର୍ମଶାଳାବାସୀ ବଜାୟ ରଖିବେ ବୋଲି ଆଶା କରିବା ସହ ଧର୍ମଶାଳାର ଉନ୍ନତି ପାଇଁ ଯାହା ବି ଆବଶ୍ୟକ ମୁଖ୍ୟମନ୍ତ୍ରୀ ତାକୁ ପୂରଣ କରିବେ। ଏହି ଅବସରରେ ଚାଷ ଜମିକୁ ଜଳସେଚନ ସୁବିଧା ପାଇ ରାଏପଡା ଠାରେ ୩୫କୋଟି, ଶ୍ରୀବନ୍ତପୁର ରାସ୍ତା ପାଇଁ ୨୧କୋଟି, କେଲୁଅ ନଦୀ ବନ୍ଧର ବେଦପୁର ଠାରୁ ଜନକ ରାସ୍ତା ପର୍ଯ୍ୟନ୍ତ ୨୭କୋଟି, ଜେନାପୁର ରାସ୍ତା ପାଇଁ୨୬କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ବୋଲି କହିଥିଲେ। ମିଶନ ଶକ୍ତି ମା ମାନଙ୍କର ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କହିବା ସହ ଆଗାମୀ ଦିନରେ ସେମାନଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରାଯିବ ବୋଲି ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଣ ସାମିଲ ହୋଇଥିଲେ। ପରେ ଧର୍ମଶାଳା ଷ୍ଟାଡିୟମ ପରିସରରେ ୫ଟି ସଚିବ ମଧ୍ୟାହ୍ନ ଭୋଜନ କରି ବିଂଝାରପୁର ଅଭିମୁଖେ ବାହାରି ଯାଇଥିଲେ।

Leave A Reply

Your email address will not be published.