ଭୁଶୁଡ଼ୁଛି ଲାଲଗଡ, ଆତ୍ମସମର୍ପଣ କଲେ ୫୦ ମାଓବାଦୀ

0

ମାଲକାନଗିରି(ଓଡ଼ିଆ ନ୍ୟୁଜ୍‌): ଦିନକୁ ଦିନ ଭୁଶୁଡ଼ୁଛି ଲାଲଗଡ଼ । ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ୫୦ ମିଲିସିଆ ମାଓବାଦୀ। ଖବର ଅନୁଯାୟୀ, ମାଲକାନଗିରି ଓ କୋରାପୁଟ ଗସ୍ତରେ ଅଛନ୍ତି ପୋଲିସ ଡିଜି । ଏହିକ୍ରମରେ ଗୁରୁବାର ଦିନ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗସ୍ତରେ ଥିବା ବେଳେ ପୋଲିସ ଡିଜିଙ୍କ ନିକଟରେ ୫୦ଜଣ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମିଲିସିଆଙ୍କ ମଧ୍ୟରେ ୨ଜଣ ମହିଳା ଥିବା ଜଣାପଡିଛି । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି ପୋଲିସ ଡିଜି ସୁନୀଲ ବଂଶଲ କହିଛନ୍ତି ।

Leave A Reply

Your email address will not be published.