ଓଡ଼ିଆ ନ୍ୟୁଜ୍: ଫେରାର୍ କଏଦୀଙ୍କୁ ଧରାଇ ଦେଲେ ୫୦ ହଜାର ପୁରସ୍କାର ଦେବ ପୋଲିସ। ରାଜା ସାହାଣୀ ଓ ମଧୁକାନ୍ତ କୁମାରଙ୍କୁ ଧରିବା ପାଇଁ ପୁରସ୍କାର ଘୋଷଣା।ଚମ୍ପଟ କଏଦୀଙ୍କ ବାବଦରେ ସୂଚନା ପାଇଁ କମିଶନରେଟ୍ ପୋଲିସର ନିବେଦନ।ଚୌଦ୍ବାର ଜେଲ୍ରୁ ଚମ୍ପଟ୍ ମାରିଛନ୍ତି ୨ ହାର୍ଡକୋର୍ କଏଦୀ ରାଜା ଓ ମଧୁକାନ୍ତ। କଟକ ଡିସିପି ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏଥି ସହିତ ପୁଲିସ ପକ୍ଷରୁ କୁହାଯାଇଛି ଯେ, ସୂଚନାଦାତାଙ୍କର ପରିଚୟ ଗୁପ୍ତ ରଖାଯିବ।
ଜେଲ୍ରୁ କଏଦୀ ଚମ୍ପଟ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ପୁଲିସ ବିଭାଗ ଏବଂ ଜେଲ୍ ବିଭାଗ ଯାହା ପଦକ୍ଷେପ ନେବା କଥା ନେଇଛନ୍ତି। ଜେଲ ଡିଜି, ଡିଆଇଜି ସେଣ୍ଟ୍ରାଲକୁ ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ଏହି କାମରେ ତତ୍ପରତା ଦେଖାଇଛି। ଖୁବ ଶୀଘ୍ର ଦୁଇ ଅଭିଯୁକ୍ତ ଧରାପନିବେ।ଏହା ସହ ଘଟଣାରେ ସଂମ୍ପୃକ୍ତ ଏବଂ ଦାୟୀ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ବି ହେବ।
ସୂଚନାଯୋଗ୍ୟ, ଗତକାଲି ରାତି ଗୋଟାଏ ପରେ ବିହାରର ଦୁଇ ଅପରାଧୀ ଚୌଦ୍ବାର ଜେଲ୍ର ସେଲ କାଟି ଫେରାର ହୋଇଯାଇଥିଲେ। ଉଭୟ ଡକାୟତ ପାଣିକୋଇଲି ପଣ୍ଡା ସୁନା ଗହଣା ଦୋକାନର ମାଲିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। ଦୁହେଁ ଯାଜପୁର ଜେଲ୍ରୁ ଆସିଥିଲେ। ଉଭୟେ ଜେଲରୁ ଫେରାର ହେବାକୁ ବହୁ ବାର ଚେଷ୍ଟା କରିଥିଲେ। ଗତକାଲି ରାତିରେ ଆରିରେ କାଟି ପୂଜାର ମୌକା ଦେଖି ଖସି ଯାଇଥିବା କୁହାଯାଉଛି।