ପୁରୀରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କଲେ 5T ସଚିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବ୍ୟକ୍ତିଗତ ସଚିବ (5T) ଭି.କେ. ପାଣ୍ଡିଆନ ଆଜି ପୁରୀ ଯାଇ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ପ୍ରଥମେ ପାଣ୍ଡିଆନ ଶ୍ରୀ ସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ । କାର୍ଯ୍ୟର ଅଗ୍ରଗତିରେ ସେ ସନ୍ତୋଷ ପ୍ରକାଶ କରିବା ସହିତ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ସେ ବାଶେଳୀ ସାହିକୁ ଯାଇ ୧୦ ଏକର ଜମିରେ ନିର୍ମିତ ହେଉଥିବା ଧର୍ମଶାଳା କାମ ବୁଲି ଦେଖିଥିଲେ । ଏହି ଧର୍ମଶାଳାରେ ୪ ହଜାର ଲୋକ ରହିବାର ବ୍ୟବସ୍ଥା କରାଯାଉଛି । ଏହାସହ ସମଙ୍ଗ ଠାରେ ୪୩ ଏକର ଜମିରେ ନିର୍ମିତ ହେଉଥିବା କାର ଓ ବସ ପାର୍କିଂ କାର୍ଯ୍ୟ ମଧ୍ୟ ବୁଲି ଦେଖିଥିଲେ ପାଣ୍ଡିଆନ । ଏ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ରଥୟାତ୍ରା ପୂର୍ବରୁ ଶେଷ କରିବା ପାଇଁ ପାଣ୍ଡିଆନ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ ଗତ ଶନିବାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ଏହା ପୂର୍ବରୁ ୨୫ ମାର୍ଟରେ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ଅଗ୍ରଗତିର ସରଜମିନ୍‌ ଅନୁଧ୍ୟାନ କରିଥିଲେ 5T ସଚିବ । ପ୍ରକଳ୍ପ କାର୍ଯ୍ୟ କେତେ ସରିଛି, ଆଉ କେତେ ବାକି ଅଛି ବୁଲି ଦେଖିଛନ୍ତି 5T ସଚିବ । ଗ୍ରୀନ, ୟେଲୋ ଓ ବଫର୍‌ ଜୋନରେ ଅଗ୍ରଗତିର ଅନୁଧ୍ୟାନ ସହ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଆସନ୍ତା ରଥଯାତ୍ରା ପୂର୍ବରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ହେଉଛି ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ୍‌ ଟି ସଚିବ, ମୁଖ୍ୟ ସଚିବ ବିଭିନ୍ନ ସମୟରେ ପୁରୀ ଯାଇ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ଆଉଟର ଆସେସ ରୋଡ ର୍ନିମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହା ସରିବା ପରେ ଇନର ଆସେସ ରୋଡ ,ମେଘନାଦ ପାଚେରୀ ସହ ଆଉଟର ଆସେସ ରୋଡର ସଂଯୋଗ,ଯାତ୍ରୀଙ୍କ ପ୍ରତୀକ୍ଷା ଓ ଧ୍ୟାନ କେନ୍ଦ୍ର,ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ କରିଡ଼ର ର୍ନିମାଣ କରାଯିବ । ପୁରୀ ଜିଲ୍ଲାପାଳ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ 5T ସଚିବଙ୍କୁ ସବିଶେଷ ବୁଝାଇଥିଲେ । ସେହିପରି ଜଗନ୍ନାଥ ବଲ୍ଲଭ ମଠ ପରିସରରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ । ଶ୍ରୀସେତୁ ନିର୍ମାଣର ଅଗ୍ରଗତିର ସମୀକ୍ଷା କରିଥିଲେ 5T ସଚିବ ।

Leave A Reply

Your email address will not be published.