ରାଜଧାନୀରେ ଫେକ୍ କଲ୍ ସେଣ୍ଟର ଠାବ ହେବା ପରେ ୩ ଦିନିଆ ରିମାଣ୍ଡରେ ୬ ଅଭିଯୁକ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜଧାନୀରେ ଫେକ୍ କଲ୍ ସେଣ୍ଟର କରି ଲୋକଙ୍କୁ ଚୁନ ମାରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କମିଶନରେଟ୍‌ ପୁଲିସ। ଭୁବନେଶ୍ୱର କୋର୍ଟରୁ ଅନୁମତି ମିଳିବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ପୁଲିସ। ତେବେ ସୂଚନା ମୁତାବକ, ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ପ୍ରି ପ୍ଲାନ କରୁଥିବା ବେଳେ ଚଢ଼ାଉ କରିଥିଲା କମିଶନରେଟ ପୁଲିସର ସାଇବର ଟିମ |

ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚଢ଼ାଉ କରି ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୁଲିସ। ଆପାର୍ଟମେଣ୍ଟ ଦ୍ୱିତୀୟ ମହଲ ରେ ଥିବା ୨୦୫ ନମ୍ବର ଫ୍ଲାଟରେ ଚାଲିଥିଲା ଚଢ଼ାଉ। ଫେକ କଲ ସେଣ୍ଟର କରି ଲୋକଙ୍କୁ ଲଗାଯାଉଥିଲା ଚୁନା। ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ଠାବ ହୋଇଥିଲା।

ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଗଠନ କରିଛି କମିଶନରେଟ୍‌ ପୁଲିସ୍। ସଫ୍ଟୱେର ପ୍ରଡକ୍ଟ ବା ଆଣ୍ଟି ଭାଇରସ୍ ଅପଲୋଡ୍ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଏମାନେ ଚୁନ ଲଗାଇଥିବା ଜଣାଯାଇଛି। ତେଣୁ ଏମାନେ କେତେ ଲୋକଙ୍କୁ ଫେକ୍ କଲ୍ ମାଧ୍ୟମରେ ଠକିଛନ୍ତି, ସେ ନେଇ ସାଇବର ଠକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ  କରାଯାଇଛି। ୬ ସାଇବର୍ ଠକଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବ କମିଶନରେଟ ପୁଲିସର ସାଇବର ଟିମ।

Comments are closed.