ଓଡ଼ିଆ ନ୍ୟୁଜ୍: କ୍ରସ ଭୋଟିଂ ଦଳରୁ ନିଲମ୍ବିତ ହେଲେ ୬ ବିଜେଡି ବିଧାୟକ। ବିଜେଡି ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ। ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ଵିପ୍ ଅବମାନନା କରି କ୍ରସ ଭୋଟିଂ କରିଥିବା ଛଅ ବିଧାୟକଙ୍କୁ କଲେ ସସପେଣ୍ଡ। ବିଜେଡିର ରାଜନ ବ୍ୟାପାର କମିଟିର ବୈଠକରେ ଏହି ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସସପେଣ୍ଡ ହୋଇଥିବା ଛଅ ବିଧାୟକ ହେଉଛନ୍ତି ସୌରଭିକ ବିଶ୍ଵାଳ, ଦେବୀରଞ୍ଜନ ତ୍ରିପାଠୀ, ସୁବାସିନୀ ଜେନା, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ ଏବଂ ଚକ୍ରମଣି କହଁର। ଏହି କାର୍ଯ୍ୟାନୁଷ୍ଠାନ ନେଇ ନବୀନ ପଟ୍ଟନାୟକ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟ କଲେ ଆଦୌ ବରଦାସ୍ତ କରାଯିବନି।ପିଏସି ବୈଠକ ପରେ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।
ଏହା ପୂର୍ବରୁ କ୍ରସ ଭୋଟିଂ କରିଥିବା ଛଅ ବିଧାୟକ କାରଣ ଦର୍ଶାଅ ନୋଟିସର ଜବାବ ରଖିଥିଲେ। ନବୀନ ନିବାସରେ ଶନିବାର ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା। ଏଥିରେ ଛଅ ବିଧାୟକ କାରଣ ଦର୍ଶାଅ ନୋଟିସରେ ଦେଇଥିବା ଜବାବ ଉପରେ ତର୍ଜମା କରି ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦିଆଯାଇଥିଲା।