ବ୍ୟବସାୟୀଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ୭ ଲକ୍ଷ ନଗଦ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ୬ ଦୁର୍ବୃତ୍ତ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ବ୍ୟବସାୟୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟିଲେ ୬ ଜଣ ଦୁର୍ବୃତ୍ତ । ଗତ କାଲି ରାତିରେ ପରଜଙ୍ଗ ସାଦନପଡାରେ ଥିବା ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରୁ ହୋଇଛି ଲୁଟ । ଦୁର୍ବୁତ୍ତ ମାନେ ଘରର ସିଡ଼ିରେ ଆସି ପ୍ରଥମେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଗୋଟିଏ ଘର ଭିତରେ ପରିବାର ଲୋକଙ୍କୁ କରିଥିଲେ ବନ୍ଦୀ । ବ୍ୟବସାୟୀ ବିନୟ ସାହୁଙ୍କ ଅନୁପସ୍ଥିତିରେ ହୋଇଛି ଲୁଟ । ପରେ ଘରର ସମସ୍ତ ଆସବାବପତ୍ର ଓ ଲକର ଖୋଲି ଲୁଟି ନେଇଥିଲେ ଟଙ୍କା ଓ ସୁନା, ରୂପା ଗହଣା । ପରଜଙ୍ଗ ଥାନାରେ ଅଭିଯୋଗ ପରେ ଜିଲ୍ଲା ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାର୍ଡର ତଦନ୍ତ ଜାରି । ଏକ ବଡ଼ ଚୋର ଗ୍ୟାଙ୍ଗ ସାମିଲ ଥିବା ସୂଚନା ।