ଓଡ଼ିଆ ନ୍ୟୁଜ(ବ୍ୟୁରୋ): କାଳ ପାଲଟିଲା ମୌସୁମୀ । ମୌସୁମୀ ପ୍ରତିବର୍ଷ ଲୋକଙ୍କ ପାଇଁ ଖୁସି ଆଣୁଥିବା ବେଳେ ଚଳିତ ବର୍ଷ ମୌସୁମୀ ଲୋକଙ୍କ ପାଇଁ ଅଭିଷାପ ପାଲଟିଛି । ଏଜାବତ୍ ମୌସୁମୀ ନେଲାଣି ୬୨୪ ଜୀବନ । ଗତ ଜୁନ ମାସରୁ ଆରମ୍ଭ ହୋଇଥିବା ମୌସୁମୀ ବର୍ଷା ଯୋଗୁ ଭାରତରେ ଏପର୍ୟ୍ୟନ୍ତ ୬୨୪ ଲୋଙ୍କର ମୃତ୍ୟୁ ହୋଇ ସାରିଲାଣି । ଗୃହ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଦେଶର କେତକ ଅଞ୍ଚଳରେ ପ୍ରବଳ ବର୍ଷାଯୋଗୁ ବହୁ ଧନ ଜୀବନ ନଷ୍ଟ ହୋଇଛି ।
ହିମାଚଳ ପ୍ରଦେଶରେ ସର୍ବାଧିକ ୨୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ଗତ ୫୦ ବର୍ଷ ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି । ପ୍ରବଳ ବର୍ଷା ଯୋଗୁ ୬୦ ହଜାର ଲୋକ ପାଣିଘେରରେ ଫଶି ରହିଥିବା ବେଳେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଚଳିତ ବର୍ଷ ବର୍ଷା ଯୋଗୁ ହିମାଞ୍ଚଳ ପ୍ରଦେଶରେ ୯୯, କର୍ଣ୍ଣାଟକରେ ୮୭, ରାଜସ୍ଥାନରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର କମୁଛି, ହେଲେ ଦୁର୍ଦ୍ଦଶା ବଢିଛି ।