ଓଡ଼ିଆ ନ୍ୟୁଜ୍: T-20 ବିଶ୍ବକପ୍ ସୁପର ଏଇଟ୍ ଯୋଗ୍ୟତାରୁ ଅଷ୍ଟ୍ରେଲିଆ ବଞ୍ଚିତ।ଆୟର୍ଲାଣ୍ଡ ଓ ଜିମ୍ବାୱେ ମ୍ୟାଚ୍ ୱାସ୍ ଆଉଟ୍ ହେବାରୁ ବାଦ୍ ପଡ଼ିଲା?ଜିମ୍ବାୱେ ଓ ଶ୍ରୀଲଙ୍କା ଠାରୁ ହାରି ବିଦାୟ ନେଲା ଅଷ୍ଟ୍ରେଲିଆ।ସୁପର ଏଇଟ୍ ଗ୍ରୁପ୍ ୱାନ୍ ଲାଇନଅପ୍ ମଧ୍ୟ ଚୂଡ଼ାନ୍ତ।ଗ୍ରୁପ୍ ୱାନ୍ରେ ଭାରତ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଜିମ୍ବାୱେ।
ସିକନ୍ଦର ରଜାଙ୍କ ନେତୃତ୍ଵାଧୀନ ଜିମ୍ବାଓ୍ଵେ ଟିମ ଟି-୨୦ ବିଶ୍ଵକପ୍ ୨୦୨୬ରେ ଐତିହାସିକ ଉପଲବ୍ଧି ହାସଲ କରିଛି। ଜିମ୍ବାଓ୍ଵେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ସୁପର-୮ରେ ପ୍ରବେଶ କରିଛି। ପାଲ୍ଲେକେଲେରେ ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ରଦ୍ଦ ହେବାରୁ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ଜିମ୍ବାଓ୍ଵେ। ମଙ୍ଗଳବାର ଜିମ୍ବାଓ୍ଵେ ବନାମ ଆୟରଲାଣ୍ଡ ଗ୍ରୁପ ବିର ମ୍ୟାଚ୍ ବର୍ଷା କାରଣରୁ ଟସ୍ ବି ପଡ଼ି ପାରି ନ ଥିଲା। ଦୁଇ ଦଳକୁ ଏକ ଏକ ପଏଣ୍ଟ ମିଳିଛି। ଜିମ୍ବାଓ୍ଵେ ଗ୍ରୁପ ବିରୁ ସୁପର-୮ରେ ପହଞ୍ଚିବାରେ ଦ୍ଵିତୀୟ ଟିମ୍। ଦଳ ତିନୋଟି ମ୍ୟାଚରୁ ୫ ପଏଣ୍ଟ ପାଇଛି। ଏହି ଗ୍ରୁପର ସହ ଆୟୋଜକ ଶ୍ରୀଲଙ୍କା ୩ ମ୍ୟାଚରୁ ୬ ପଏଣ୍ଟ ପାଇ ପୂର୍ବରୁ ସୁପର-୮ରେ ପହଞ୍ଚି ସାରିଛି। ଆୟରଲାଣ୍ଡ ସହିତ ଅଷ୍ଟ୍ରେଲିଆର ମଧ୍ୟ ସୁପର-୮ ଆଶା ଧୂଳିସାତ ହୋଇଛି।