ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍) : ସୋମବାର ଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି । ଭାରତୀୟ ସାମରିକ ବାହିନୀର ଆଧୁନିକୀକରଣ ପାଇଁ ୭୬ ହଜାର ୩୯୦ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ଦେଲେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇ ଏସବୁ ପ୍ରକଳ୍ପ ଭାରତୀୟ କମ୍ପାନିମାନଙ୍କ ଦ୍ବାରା ହିଁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ।
୭୬ ହଜାର କୋଟିର ଏକ ବଡ଼ ଭାଗ ଭାରତୀୟ ନୌସେନାକୁ ଯିବ । ଭାରତୀୟ ନୌସେନା ପାଇଁ ପ୍ରାୟ ୩୬ ହଜାର କୋଟି ମୂଲ୍ୟରେ ନେକ୍ସ ଜେନେରେସନ କରଭେଟ୍ (ଏନଜିସି) ଖରିଦ କରାଯିବ । କରଭେଟ ହେଉଛି ଏକ ପ୍ରକାରର ଛୋଟ ମାତ୍ର ଅତ୍ୟାଧୁନିକ ଯୁଦ୍ଧ ଜାହାଜ । ଏହା ଦ୍ବାରା ଭାରତୀୟ ନୌସେନାର ମାରକ,ପ୍ରହରା ଓ ଉପକୂଳ ସୁରକ୍ଷା କ୍ଷମତା ବୃଦ୍ଧି ପାଇବ । ସେହିପରି ଭାରତୀୟ ସେନା ପାଇଁ ପାର୍ବତ୍ୟ ଅଂଚଳରେ ଚାଲିପାରୁଥିବା ଟ୍ରକ ଓ ଅନ୍ୟାନ୍ୟ ଯୁଦ୍ଧଯାନ, ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ, ଅସ୍ତ୍ର ଚିହ୍ନଟକାରୀ ରାଡାର ଆଦି ଖରିଦ କରାଯିବ । ଅନ୍ୟପକ୍ଷରେ ହାଲ ପକ୍ଷରୁ ବାୟୁସେନା ପାଇଁ ଡୋର୍ନିଅର ବିମାନ ଓ ସୁଖୋଇ-୩୦ ଏମକେଆଇ ବିମାନ ନିର୍ମାଣ କରାଯିବ