କତାରରେ ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ନୌସେନା ମୁଖ୍ୟ ଆର ହରି କୁମାର ଶୁକ୍ରବାର ଦିନ କହିଛନ୍ତି ଯେ କାତାରର ଆଠଜଣ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଫେରାଇ ଆଣିବା ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି। କତାରରେ ୮ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣା ।

ଏନେଇ ଆଜି (ଶୁକ୍ରବାର) ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର । ସେ କହିଛନ୍ତି ଯେ କତାରରେ ଫାଶୀଦଣ୍ଡ ପାଇଥିବା ଏହି ଅଧିକାରୀମାନଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଭାରତ ସରକାର ଏଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ଖୁବଶୀଘ୍ର ସେମାନେ ଫେରିଆସିବେ ବୋଲି ଆଶା କରାଯାଉଛି ।

ଏନେଇ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୌସେନା ମୁଖ୍ୟ ହରି କୁମାର କହିଛନ୍ତି, ” ଆମେ ସେମାନଙ୍କ ହିତକୁ ଦୃଷ୍ଟିରେ ରଖି ଅତି ଗମ୍ଭୀରତାର ସହିତ କାମ କରୁଛୁ । ଭାରତ ସରକାର ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ସମସ୍ତ ପ୍ରକାର ଉଦ୍ୟମ ମଧ୍ୟ ଜାରି ରଖିଛନ୍ତି ।” ଏହି ୮ ଜଣ ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ସେମାନଙ୍କ ଫାଶୀଦଣ୍ଡ ଶୁଣାଇଥିଲା କତାରର ଏକ କୋର୍ଟ । ଏବେ ସେମାନେ କତାର ଜେଲରେ ବନ୍ଦୀ ଅଛନ୍ତି । ଏଭଳି ଖବର ଆସିବା ପରେ ଭାରତ ସରକାର ସେମାନଙ୍କର ମୁକ୍ତି ଲାଗି କତାରକୁ ଆବେଦନ କରିଥିଲେ । ତେବେ ଭାରତର ଏହି ଆବେଦନକୁ କତାର କୋର୍ଟ ଗ୍ରହଣ କରିଥିଲେ ।

Leave A Reply

Your email address will not be published.