ମୋଦି ଖୋଲିଛନ୍ତି ମାଗଣା ଭଣ୍ଡାର

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ମୋଦି ଖୋଲିଛନ୍ତି ମାଗଣା ଭଣ୍ଡାର । ଚାଉଳ ମାଗଣା ତ ରାସନ ମାଗଣା, ଚିକିତ୍ସା ବି ମାଗଣା । ଏବେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଂକୁ ମିଳିବ ଡ୍ରୋନ ମାଗଣା । ମାଗଣା ମାଗଣା କରି ଆଉ କେତେ ଦେବେ ମାଗଣା । ଏହି ମାଗଣା ଦେବ ପାଇଁ ଅର୍ଥ ଆସୁଛି କେଉଁଠୁ ? ଏ ଅର୍ଥର ବୋଝ ବୋହୁଛି କିଏ ? ପ୍ରଧାନମନ୍ତ୍ରୀ ମୋଦୀ ବୋହୁଛନ୍ତି ନାଁ ଶିଳ୍ପପତିମାନେ । ଏ ମାଗଣର ବୋଝ ସାଧାରଣ ଲୋକଙ୍କ ଉପରେ ହିଁ ପଡୁଛି ।

ସେମାନେ ଟିକସ ଦେଇ ସରକାରଙ୍କ ମାଗଣା ଯୋଜନାକୁ ଯୋଗାଉଛନ୍ତି ପାଣ୍ଠି । ତେବେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାହିତିକାରୀ ମାନଙ୍କ ସହିତ ଆଭାସି ମାଧ୍ୟମରେ ଭାବ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥି ସହିତ ପ୍ରଧାନମନ୍ତ୍ରୀ ବିହାରର ଦେଓଘର ଏମ୍ସ ଠାରେ ଦାସ ହଜାର ତମ ଜନ ଔଷଧି କେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି । ଜନ ଔଷଧି କେନ୍ଦ୍ରର ସଂଖ୍ୟା ୧୦ ହଜାରରୁ ୨୦ ହାଜତକୁ ବୃଦ୍ଧି କରିବାକୁ କହିଛନ୍ତି ।ଏଥି ସହିତ ମହିଳା କିସାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ଆସନ୍ତା ୩ବର୍ଷ ମଧ୍ୟରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଗୁଡ଼ିକୁ ୧୫ ହଜାର ଡ୍ରୋନ ଯୋଗାଇ ଦିଆଯିବ। ଡ୍ରୋନ ଉଡ଼ାଇବା ଓ ସେଗୁଡିକୁ ଠିକ୍ ଭାବରେ ବ୍ୟବହାର କରିବା ପାଇଁ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।

କୃଷି କ୍ଷେତ୍ରରେ ଏଭଳି ବୈଷୟିକ ସହାୟତା ବିନିଯୋଗ ପାଇଁ ଏହି ବ୍ୟବସ୍ଥା ପ୍ରତ୍ସାହ ଦିଆଯିବ ବୋଲି କହିଛନ୍ତି ମୋଦି । ଭୋଟ ପାଇଁ ମାଗଣା ଯୋଜନା ଦେବା ବେଳେ ସରକାର ସାଧାରଣ ଜନତାଙ୍କ ଉପରେ ଟିକେ ଟିକସ ବୋଝ କଥା ଚିନ୍ତା କରନ୍ତୁ । ନହେଲେ ନିର୍ବାଚନ ସରିଲେ ସାଧାରଣ ଲୋକଙ୍କ ଉପରେ ଏତେ ବୋଝ ବଢିଯିବ ଯେ, ସେମାନଙ୍କ ପାଇଁ ଦି ଅଳି ଖାଇବା ବି କଷ୍ଟ କର ହୋଇଯିବ । ଲୋକ ଏହା ବୁଝାନ୍ତୁ ଓ ସରକାର ଏ ମାଗଣା ଯୋଜନା କୁ ଜବାବ୍ ଦିଅନ୍ତୁ ।

Leave A Reply

Your email address will not be published.