ଯୁବ ଖେଳାଳିଙ୍କ କରିସ୍ମା ସିରିଜ ପୋଛିଲା ଭାରତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):   ଅଷ୍ଟ୍ରେଲିଆ ଉପରେ ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ ଦିନିକିଆ ବିଶ୍ୱକପରେ ୧୦ ରୁ ୧୦ ମ୍ୟାଚ୍ ଜିତି ଚମକାôର ପ୍ରଦର୍ଶନ କରିଥିବା ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିଯାଇଥିଲା । ହେଲେ ତୁରନ୍ତ ଏହାପରେ ଖେଳାଯାଇଥିବା ୫ଟିକିଆ ଟି ୨୦ ସିରିଜରେ ୩-୧ ରେ ଆଗୁଆ ହୋଇ ସିରିଜ୍ ହାତେଇଛି ଭାରତ । ଫଳରେ କଙ୍ଗାରୁ ଟିମକୁ ଲାଗିଛି ଜବରଦସ୍ତ ଝଟକା । ରଥୀ ଖେଳାଳିଙ୍କ ଭାରତୀୟ ଯୁବ ଟିମ୍ ଅଷ୍ଟ୍ରେଲିଆକୁ ଧୂଳି ଚଟାଇଛି । ଚତୁର୍ଥ ଟି ୨୦ ମ୍ୟାଚରେ ଭାରତ ୨୦ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଏହି ସଫଳତା ପାଇଛି ।

ଏଥିରେ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତର ୨ଟି ଟି ୨୦ ସିରିଜ ଜିତିବାରେ ଭାରତ ସମର୍ଥ ହୋଇଛି । ୨୦୨୨ରେ ଭାରତରେ ଖେଳାଯାଇଥିବା ସିରିଜକୁ ମଧ୍ୟ ଭାରତ ୨-୧ରେ ଜିତିଥିଲା । ଆଉ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏହାର ରେକର୍ଡକୁ ଆହୁରି ଉନ୍ନତ କରିଛି । ଦୁଇ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ୨୯ଟି ଟି ୨୦ ମ୍ୟାଚ ଖେଳାଯାଇଥିବା ବେଳେ ଭାରତ ୧୭ ଟି ଏବଂ ଅଷ୍ଟ୍ରେଲିଆ ୧୧ଟି ମ୍ୟାଚଜିତିଥିବା ବେଳେ ଗୋଟିଏ ମ୍ୟାଚର ଫଳାଫଳ ହୋଇନାହିଁ । ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ନିଜ ଦେଶରେ ୮-୪, ବାହାରେ ୭-୫ ଓ ନିରପେକ୍ଷ ସ୍ଥାନରେ ୨-୨ ସ୍କୋର ସହ ଶ୍ରେଷ୍ଠତା ବଜାୟ ରଖିଛି । ଶେଷ ୫ଟି ଟି ୨୦ରେ ମଧ୍ୟ ଭାରତ ୪-୧ ରେ ଆଗୁଆ ରହିଛି ।

ଗୁରୁବାର ରାୟପୁରର ଶହୀଦ ବୀର ନାରାୟଣ ସିଂ ଷ୍ଟାଡିୟମରେ ଖେଳାଯାଇଥିଲା ଚଳିତ ଟି ୨୦ ସିରିଜର ଚତୁର୍ଥ ମ୍ୟାଚ୍ । ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଇଥିଲା ଅଷ୍ଟ୍ରେଲିଆ । ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲ ଓ ରୁତୁରାଜ ଗାଏକଓାଡ୍ ଦମଦାର ଆରମ୍ଭ କରି ୬ ଓଭରରେ ୫୦ ରନ କରିଥିଲେ । ତେବେ ଜୟସ୍ୱାଲ ଆଉଟ ହେବା ପରେ ଭାରତ ଶୀଘ୍ର ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଓ ଗାଏକଓାଡ୍ଙ୍କ ଓିକେଟ ହରାଇଥିଲା । କିନ୍ତୁ ରିଙ୍କୁ ସିଂ ଓ ଜିତେଶ ଶର୍ମାଙ୍କ ମଧ୍ୟରେ ୩୨ ବଲରୁ ୫୬ ରନର ଭାଗିଦାରୀ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ଓିକେଟ ହରାଇ ୧୭୪ ରନ କରିଥିଲା । ଜୟସ୍ୱାଲ ୨୮ ବଲରୁ ୩୭, ଗାଇକଓାଡ୍ ୨୮ ବଲରୁ ୩୨ , ରିଙ୍କୁ ୨୯ ବଲରୁ ୪ ଚୌକା ଓ ୨ ଛକା ସହ ୪୬ ଏବଂ ଜିତେଶ ୧୯ ବଲରୁ ଗୋଟିଏ ଓ ୩ଟି ଛକା ସହ ୩୫ ରନ କରିଥିଲେ ।

ବେନ୍ ଡ୍ୱାରଶୁଇସ ୩ଟି , ବେହରେନ ଡୋର୍ଫ ୨ଟି ଓ ତନଭୀର ସାଙ୍ଘା ୨ଟି ଓ ଆରୋନ ହାର୍ଡି ଗୋଟିଏ ଓିକେଟ ନେଇଥିଲେ । ଜବାବରେ ଧୂଆଁଧାର ଆରମ୍ଭ କରି କଙ୍ଗାରୁ ଓପନର ଟ୍ରାଭିସ ହେର୍ଡ ଓ ଜୋଶ୍ ଫିଲିପ ଚତୁର୍ଥ ଓଭରରେ ୪୦ରନ କରିଥିଲେ । ତେବେ ଭାରତୀୟ ସ୍ପିନର ଅକ୍ଷୟ ପଟେଲ ଓ ରବି ବିଷ୍ନୋଇ ଚମକôାର ବୋଲିଂ କରି ୮ ଓଭରରେ ମାତ୍ର ୨୩ ରନ ଦେଇ ୪ଟି ଓିକେଟ ନେବାରୁ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ପରେ ଅଧିନାୟକ େଓଡ ଚେଷ୍ଟା କରିଥିଲେ ବି ମ୍ୟାଚ ବଂଚାଇ ପାରି ନଥିଲେ । ଶେଷ ସୁଧା ଅଷ୍ଟ୍ରେଲିଆ ୭ ଓିକେଟରେ ୧୫୪ ରନ କରିଥିବାରୁ ୨୦ ରନରେ ମ୍ୟାଚ ହାରିଥିଲା । ହେଡ୍ ୧୬ ବଲରୁ ୩୧, ଶର୍ଟ ୧୯ ବଲରୁ ୨୨ ଓ େଓଡ୍ ୨୩ ବଲରୁ ୩୬ ରନ କରିଥିଲେ । ଅକ୍ଷର ୩ଟି, ଦୀପକ ଚହର ୨ଟି ଏବଂ ରବି ବିଷ୍ନୋଇ ଓ ଅଭେଶ ଖାନ ଗୋଟିଏ ଲେଖାଏଁ ଓିକେଟ ନେଇଥିଲେ । ଅକ୍ଷର ପଟେଲ ମ୍ୟାନ ଅପ ଦ ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.