COP28 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସେଲ୍ଫି ନେଲେ ଇଟାଲୀ ପ୍ରଧାନମନ୍ତ୍ରୀ

0

ଦୁବାଇରେ ଅନୁଷ୍ଠିତ COP28 ଜଳବାୟୁ ଆକ୍ସନ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ମୁହୂର୍ତ୍ତ ଥିଲା ଯେତେବେଳେ ସେ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ସେଲଫି ପାଇଁ ପୋଜ୍ କରିଥିଲେ। 46 ବର୍ଷୀୟ ଇଟାଲୀୟ ନେତା ପିଏମ ମୋଦୀଙ୍କ ସହ ସେଲଫି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ୟୁଏଇରେ ବିଶ୍ବ ଜଳବାୟୁ ଶିଖର ସମ୍ମିଳନୀ (COP28) ଆୟୋଜିତ ହୋଇଥିଲା ।

ଏହି ସମ୍ମିଳନୀ ପାଇଁ ସାରା ବିଶ୍ବର ବଡ ବଡ ନେତାମାନେ ଦୁବାଇ ପହଞ୍ଚିଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁବାଇ ଯାଇଥିଲେ, ଯେଉଁଠି ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଏହି ସମୟରେ ମୋଦି ଏବଂ ମେଲୋନି ମିଶି ସେଲ୍ଫି ନେଇଥିଲେ । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଫଟୋରେ ଇଟାଲି ପ୍ରଧାନମନ୍ତ୍ରୀ ମେଲୋନିଙ୍କ ସହ ମୋଦିଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ୟୁଜର୍ସମାନେ ଏଥିରେ ଲାଇକ୍ ବର୍ଷା କରୁଛନ୍ତି । ସିଓପି୨୮ ସମ୍ମିଳନୀ ମଧ୍ୟରେ ମେଲୋନି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସେଲ୍ଫି ଉଠାଇଥିଲେ । ପ୍ରଧାନମନ୍ତ୍ରୀ ମେଲୋନି ନିଜ ସୋସିଆଲ ମିଡିଆରେ ଏହି ସେଲ୍ଫିକୁ ପୋଷ୍ଟ କରି କ୍ୟାପସନ୍ ଲେଖିଛନ୍ତି, ”COP28ରେ ଭଲ ବନ୍ଧୁ #Melodi ” । ଅର୍ଥାତ୍ ମେଲୋନି ମୋଦିଙ୍କୁ ନିଜର ଭଲ ବନ୍ଧୁ ବୋଲି କହି # ମେଲୋଡି ବୋଲି ଲେଖିଛନ୍ତି ।

ଫଟୋରେ ଦୁହେଁ ହସୁଥିବାର ଦେଖିବାକୁ ମିଳିଛି । ଏହାପୂର୍ବରୁ ମଧ୍ୟ ସିଓପି୨୮ ସମ୍ମିଳନୀରେ ସାମିଲ ହୋଇଥିବା ବିଶ୍ବ ନେତାଙ୍କ ଫଟୋସୁଟରେ ପିଏମ ମୋଦି ଓ ମେଲୋନି ସାଙ୍ଗ ହୋଇ ହସିବାର ଏବଂ କଥାବାର୍ତ୍ତା ହେବାର ଅନେକ ଫଟୋ ଭାଇରାଲ ହୋଇଥିଲା । ଉଭୟ ଦେଶର ନେତା ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସମୟରେ ଉଭୟ ଥଟ୍ଟାମଜା ସହ କଥାବାର୍ତ୍ତା ହେବାର ମଧ୍ୟ ନଜର ଆସିଥିଲେ । ପରେ ମୋଦିଙ୍କ ଜନ୍ମଦିନରେ ଇଟାଲୀ ପ୍ରଧାନମନ୍ତ୍ରୀ ଏକ୍ସରେ ଟ୍ବିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.