ଖୋର୍ଦ୍ଧା ଜାଗର ଜାଳିବାକୁ ଯାଇଥିବା ୮ବର୍ଷ ନାବାଳକ କୂଅରେ ପଡି ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜଂକିଆ ଥାନା ଅନ୍ତର୍ଗତ ରମ୍ଭାବିଲି ଗାଁ ନିକଟରେ ଅଘଟଣ। କୂଅରେ ପଡି ଜଣେ ୮ବର୍ଷ ନାବାଳକର ମୃତ୍ୟୁ।
ମୃତକ ଜଣଙ୍କ ଜଂକିଆ ଗ୍ରାମର ବାୟା ବେହେରାଙ୍କ ନାତି ବବୁଲ ବେହେରା ବୋଲି ଜଣା ପଡିଛି । ନାବାଳକ ଜଣଙ୍କ ତାର ପରିବାର ଲୋକଙ୍କ ସହିତ ଶିବରାତ୍ରିରେ ମନ୍ଦିରକୁ ଦୀପ ଜାଳିବାକୁ ରମ୍ଭାବିଲି ମନ୍ଦିର କୁ ଯାଇଥିଲେ।ବାଳକ ଜଣଙ୍କ ରାସ୍ତା ଜାଣିନପାରି ମନ୍ଦିର ନିକଟରେ ଥିବା ଏକ କୂଅରେ ଖସିପଡିଥିଲେ । ବହୁ ଖୋଜା ଖୋଜି ପରେ ନାବାଳକଙ୍କୁ ନପାଇ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ । ଖବର ପାଇ ମନ୍ଦିର ନିକଟ କୂଅରୁ
ସ୍ଥାନୀୟ ଲୋକେ ନାବାଳକକୁ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲ କୁ ପଠାଇଥିବା ବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି। ଖବରବ ପାଇ ଜଂକିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖଛି।ମୃତଦେହ ବ୍ୟବଛେଦ ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ପୋଲିସ କହିଛି । ନାଵାଳକର ମୃତ୍ୟୁ ରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.