ଟାୱାରରୁ ବ୍ୟାଟେରୀ ଚୋରି କରୁଥିବା ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହେଲା ଯାଜପୁର ସଦର ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତ କିଛି ଦିନ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ର ମୋବାଇଲ ଟାୱାର ରୁ ବ୍ୟାଟେରୀ ଚୋରି କରୁଥିବା ଗ୍ୟାଙ୍ଗ କୁ ଠାବ କରିବାରେ ସଫଳ ହୋଇଛି ସଦର ପୋଲିସ। ଏହି ଗ୍ୟାଙ୍ଗ ର 3 ଜଣଙ୍କୁ ଗିରଫ ସହିତ ମୋଟ 70 ଟି ବ୍ୟାଟେରୀ କୁ ମଧ୍ୟ ଜବତ କରାଯାଇଛି। ଏଥିସହିତ ଚୋରି ପାଇଁ ବ୍ୟବହୃତ 3 ଟି ଗାଡି ମଧ୍ୟ ଜବତ ହୋଇଛି।

ଗିରଫ ଅଭିଯୁକ୍ତ ଙ୍କ ଘର ଭଦ୍ରକ ଜିଲାରେ ଏବଂ ଏମାନଙ୍କ ବିରୋଧ ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଯାଜପୁର ଏସ ଡି ପି ଓ ସରୋଜ ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.