ଶିଳ୍ପ କରାଖାନାରୁ ନିର୍ଗତ ବର୍ଯ୍ୟବସ୍ତୁକୁ ସିମେଣ୍ଟ ଉତ୍ପାଦନ ରେ ବ୍ୟବହାର କରାଯିବ, ସ୍ବତନ୍ତ୍ର ପ୍ଲାଣ୍ଟ ନିର୍ମାଣ ପାଇଁ ଚାଲିଛି ରାଜ୍ୟସରକାରଙ୍କ ଯୋଜନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଶିଳ୍ପ କରାଖାନାରୁ ନିର୍ଗତ ବର୍ଯ୍ୟବସ୍ତୁକୁ ସିମେଣ୍ଟ ଉତ୍ପାଦନ ରେ ବ୍ୟବହାର କରାଯିବ।ଏହା ସହିତ ନିର୍ମାଣ କାର୍ଯ୍ୟର ଗୁଣବତ୍ତା କୁ ପରୀକ୍ଷଣ କରାଯିବ।ଓଡ଼ିଶାରେ ଥିବା ଷ୍ଟିଲ ପ୍ଲାଣ୍ଟ, ଆଲୁମିନିୟମ ପ୍ଲାଣ୍ଟ,ଫଟିଲାଇଜର ପ୍ଲାଣ୍ଟ ର ବର୍ଯ୍ୟବସ୍ତୁରୁ ସିମେଣ୍ଟ ତିଆରି ହେବ। ଥର୍ମାଲ ପାୱାର ପ୍ଲାଣ୍ଟ ରୁ ବାହାରୁଥିବା ଫ୍ଲାଇ ଆସ, ଆଲୁମିନିୟମ କମ୍ଲେକ୍ସରୁ ରେଡମଗ,ଜିପସମ,ଷ୍ଟିଲ ପ୍ଲାଣ୍ଟ ରୁ ବାହାରୁଥିବା ସ୍ଲାଗ ଭଳି ୱଷ୍ଟ ମେଟେରିଆଲରୁ ସିମେଣ୍ଟ ତିଆରି ହବ। ଓଡ଼ିଶାରେ ୧୪ଟି ସିମେଣ୍ଟ ପ୍ଲାଣ୍ଟ ଅଛି। ଆଗକୁ ଆହୁରି ସିମେଣ୍ଟ ପ୍ଲାଣ୍ଟ ହେବ।ୱଷ୍ଟ ମେଟେରିଆଲ ରୁ ସିମେଣ୍ଟ ତିଆରି ନେଇ ରିସର୍ଚ୍ଚ ଚାଲିଛି।ଏହା ଦ୍ବାରା ପ୍ରଦୂଷଣ କମିବ। ଭୁବନେଶ୍ୱର ମଞ୍ଚେଶ୍ବର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଠାରେ ନ୍ୟାସନାଲ କାଉନସିଲ ଫର ସିମେଣ୍ଟ ଆଣ୍ଡ ବିଲଡିଙ୍ଗ ମେଟେରିଆଲ୍ସର ସମ୍ପ୍ରସାରଣ ପାଇଁ ରିସର୍ଚ ଆଣ୍ଡ ଲାବୋରୋଟ ଶିଲାନ୍ୟାସ ଉତ୍ସବ ରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।ଏହି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବାପରଠୁ ଫୁଲଫେଜରେ କାମ ଚାଲିବ। ଶିଳ୍ପ କଳକାରଖାନାରୂ ନିର୍ଗତ ବର୍ଜ୍ୟବସ୍ତୁ କୁ ବ୍ୟବହାର ଉପୋଯୋଗି କରିବା ଗବେଷଣା ର ମୁଖ୍ୟ ଲକ୍ଷ୍ୟ। ଓଡ଼ିଶାର ନିର୍ମାଣ ହେଉଥିବା ପ୍ରକଳ୍ପର ରାସ୍ତା,ବ୍ରିଜ ଏବଂ କୋଠାବାଡିର କ୍ବାଲିଟି ଟେଷ୍ଟ ହୋଇପାରିବ। ଉଭୟ ସରକାରୀ ଏବଂ ବେସରକାରୀ ନିର୍ମାଣ ର ଗୁଣବତ୍ତା ଯାଞ୍ଚ ହୋଇପାରିବ।

ନ୍ୟାସନାଲ କାଉନସିଲ ଫର ସିମେଣ୍ଟ ଏଣ୍ଡ ବିଲଡିଙ୍ଗ ମେଟେରିଆଲ। ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନରେ କାମ କରିଥାଏ। ଭାରତରେ ଏହା ଚାରୋଟି ସେଣ୍ଟର କାମ କରୁଛି। ଏହାର ଡିଜି ବିବେକାନନ୍ଦ ମହାପାତ୍ର କହିଛନ୍ତି ଓଡ଼ିଶାରେ ବହୁତ ବର୍ଯ୍ୟବସ୍ତୁ ରହିଛି।୬୬ମିଲିୟନ ଟନ‌ ଜିପସମ
ପାରାଦୀପ ରେ ଅଛି।ଏହାକୁ ସାରା ଦେଶ ପାଇଁ ବ୍ୟବହାର ହେବ।ଓଡ଼ିଶାରେ ୧୪ଟି ସିମେଣ୍ଟ କାରଖାନା ରେ ଫ୍ଲାଇ ଆସ ଏବଂ ସ୍ଲାଗକୁ ବ୍ୟବହାର କରାଯାଉଛି। ରେଡ ମଡ ପାଇଁ ରିସର୍ଚ୍ଚ ଚାଲିଛି। ବିଭିନ୍ନ ବିଶ୍ବବିଦ୍ୟାଳୟ ମାନଙ୍କୁ ଏହି ରିସର୍ଚ୍ଚ ରେ ସାମିଲ କରାଯାଇଛି। କିଟ୍ ବିଶ୍ବବିଦ୍ୟାଳୟ ରହିଛି ଏହା ଭିତରେ। ବଡ଼ ବଡ଼ ନିର୍ମାଣ କାମର କ୍ଵାଲିଟି ତଦାରଖ ଏନ ସି ସି ବି ଏମ କରିଥାଏ।। ନିର୍ମାଣ ରେ ବ୍ୟବହୃତ ମେଟେରିଆଲ ଟେଷ୍ଟିଂ ଠାରୁ ବିଲଡିଂ ନିର୍ମାଣ ଯାଏ କ୍ବାଲିଟି ତଦାରଖ କରିଥାଏ। ଏହା ଦ୍ବାରା ନିମ୍ନ ମାନର କାମକୁ ରୋକା ଯାଇପାରି ଥାଏ।ଏହି କାର୍ୟ୍ଯକ୍ରମ ରେ କିଟ୍ ବିଶ୍ବବିଦ୍ୟାଳୟ କୁଳପତି ଙ୍କ ସମେତ, ହକି ଇଣ୍ଡିଆ ର ଅଧ୍ୟକ୍ଷ ଦିଲୀପ ତିର୍କି ଙ୍କ ସମେତ ବହୁ ବରିଷ୍ଠ ଅଧୀକାରୀ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.