ବିଜେଡ଼ି ବିଜେପି ସରକାରରେ କୃଷି ଓ କୃଷକଙ୍କ ପ୍ରଗତି କ’ଣ? ଶ୍ୱେତପତ୍ର ପ୍ରକାଶ ପାଇଁ ଦାବି କଲା ପିସିସି କିଷାନ କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ରାଜ୍ୟ ଜନସଂଖ୍ୟାର ୬୫ ପ୍ରତିଶତର ଉର୍ଦ୍ଧ୍ୱ ଲୋକ କୃଷି କାର୍ଯ୍ୟରେ ନିୟୋଜିତ । କୃଷି ଓ କୃଷକର ପ୍ରଗତି ହେଲେ ରାଜ୍ୟର ଅର୍ଥନୈତିକ ପ୍ରଗତି ହିଁ ସମ୍ଭବ । କିନ୍ତୁ ଆଜି ରାଜ୍ୟର ଚାଷୀ ବେ-ସାହାରା । କୃଷି କ୍ଷେତ୍ର ବିପର୍ଯସ୍ତ ଓ କୃଷକ ସବୁଠାରୁ କ୍ଷତିଗ୍ରସ୍ତ । ଭାଗଚାଷୀଙ୍କ ସମସ୍ୟା କହିଲେ ନ ସରେ । ଲକ୍ଷ ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷଜମି ପଡ଼ିଆ ପଡ଼ିଛି । ୩୦ ଲକ୍ଷରୁ ଉର୍ଦ୍ଧ୍ୱଲୋକ ଚାଷ ବାସ ଛାଡ଼ି ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ୧୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଫସଲ ହାନୀ, ଋଣଭାର, ଅଭାବୀ ବିକ୍ରିର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି । ଚାଷୀର ଚାଷ ଉପଯୋଗୀ ଜମିକୁ ଶାଗ ମାଛ ମୂଲ୍ୟରେ ବାହାର ଶିଳ୍ପପତିମାନଙ୍କ ହାତରେ ଟେକି ଦିଆଯାଇଛି । ଚାଷ ପାଇଁ ଜଳସେଚନଠାରୁ ଆରମ୍ଭ କରି ଚାଷୀ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଉନାହିଁ । ବ୍ୟବସ୍ଥିତ ଢଙ୍ଗରେ ମଣ୍ଡି ବ୍ୟବସ୍ଥା ନାହିଁ । ଫଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି । ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ନାହିଁ । ଆଜି ପର୍ଯ୍ୟନ୍ତ ମଧ୍ୟ ଗୋଟିଏ ହେଲେ କୃଷିଭି ିକ ଶିଳ୍ପ ପ୍ରତିଷ୍ଠା କରାଗଲା ନାହିଁ ।

ଠିକଣା ସମୟରେ କୃଷି ଋଣ ଓ ଫସଲ ବୀମା କ୍ଷତିପୂରଣ ସହାୟତା ନ ମିଳିବା ଯୋଗୁଁ ଚାଷୀ ଗୁରୁତର କ୍ଷତିର ସମ୍ମୁଖିନ ହେଉଛନ୍ତି । ରାଜ୍ୟ ସରକାର ଚାଷୀର ଆୟ ଦୁଇଗୁଣା ବୃଦ୍ଧି ଓ କୃଷି କର୍ମଣ ପାଇବାରେ ବାହାପା ମାରୁଛନ୍ତି । ଦୁର୍ଭାଗ୍ୟର କଥା ନବୀନ ବାବୁଙ୍କ ୨୪ ବର୍ଷ ଶାସନକାଳରେ ଚାଷୀ ସବୁଠାରୁ ତଳୁତଳାନ୍ତ । ଚାଷୀ ପରିବାରର କୌଣସି ଆୟ ବୃଦ୍ଧି ହୋଇନାହିଁ । ଏଥିରେ ଚାଷୀଙ୍କ ଆୟ ଦୁଇଗୁଣା ହେଲା କିପରି ବୋଲି ଆଜି ପିସିସି କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କିଷାନ କଂଗ୍ରେସର ଅନୁଷ୍ଠିତ ପରିବର୍ଦ୍ଧତ କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଯୋଗଦେଇ ଉଭୟ ସରକାରର ଚାଷୀମାରଣ ନୀତିକୁ ତୀବ୍ର ନିନ୍ଦା କରିଛନ୍ତି । ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କେବଳ ମାଳମାଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭଣ୍ଡାଇ ଭୁତାଇ ଚାଲିଛନ୍ତି ।

ଚାଷୀଙ୍କ ବିକାଶ ପରିବର୍ତେ ବିନାଶ ଘଟୁଛି । ଖୁବ୍‌ଶିଘ୍ର କିଷାନ କଂଗ୍ରେସ ସଂଗଠନକୁ ପ୍ରତି ଗ୍ରାମସ୍ତରରୁ ସୁଦୃଢ଼ କରାଯାଇ ଚାଷୀଙ୍କ ହକ୍ ପାଇଁ ଆଗାମୀ ଦିନରେ ଉଭୟ ସରକାରଙ୍କ ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରାଯିବ । ସମସ୍ତ ଜିଲ୍ଲାରୁ ଆସିଥିବା କୃଷକ ପ୍ରତିନିଧିମାନେ ସରକାର ଚାଷୀଙ୍କୁ ବାରମ୍ବାର ଅଣଦେଖା କରୁଥିବା ଯୋଗୁଁ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ଉଭୟ ସରକାରଙ୍କ ଚାଷୀଙ୍କ ପାଇଁ ସମସ୍ତ ଘୋଷଣାରେ କୌଣସି ସତ୍ୟତା ନାହିଁ । ଏହା କେବଳ ପ୍ରଚାର ସର୍ବସ୍ୱ ବୋଲି କହିଛନ୍ତି । ରାଜ୍ୟ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କାଳିଆ ଓ ବଳରାମ ଅର୍ଥରାଶି ସହାୟତା ଯୋଗାଇବାରେ ସରକାର ଯେଉଁ ବାହଷ୍ପୋଟ ମାରୁଛନ୍ତି ଆଜି ବି ଲକ୍ଷ ଲକ୍ଷ ପ୍ରକୃତ ଚାଷୀ ଏହି ସୁବିଧା ପାଇବାରୁ ବଂଚିତ । ପ୍ରଥମେ ମୁଖ୍ୟମନ୍ତ୍ରୀ ରାଜ୍ୟର ୭୫ ଲକ୍ଷ ଚାଷୀଙ୍କୁ ବାର୍ଷିକ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେବାପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ମାତ୍ର ୪୩ ଲକ୍ଷ ଚାଷୀଙ୍କୁ ବାର୍ଷିକ ଦୁଇଟି କିସ୍ତିରେ୧୦ ହଜାର ଟଙ୍କା ପରିବେ ର୍ ୪ ହଜାର ଟଙ୍କା ଦେଉଛନ୍ତି, ସେହିଭଳି କେନ୍ଦ୍ର ସରକାର ୭୫ ଲକ୍ଷ ଚାଷୀଙ୍କ ମଧ୍ୟରୁ ମାତ୍ର ୨୩ ଲକ୍ଷ ଚାଷୀଙ୍କୁ ପି.ଏମ କିଷାନ ନିଧି ଯୋଜନାରେ ତିନୋଟି କିସ୍ତିରେ ୬ ହଜାର ଟଙ୍କା ଦିଆଯାଉଛି ।

ମୁଖ୍ୟମନ୍ତ୍ରୀ ୨୦୦୭ରେ ରାଜ୍ୟର ସମସ୍ତ ବ୍ଳକସ୍ତରରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରିବା ପାଇଁ ଘୋଷଣା କରିଥିବା ବେଳେ ଅଦ୍ୟାବଧି ରାଜ୍ୟର ଅର୍ଦ୍ଧାଧିକ ବ୍ଳକସ୍ତରରେ ଜଳସେଚନ ବ୍ୟବସ୍ଥା ଠପ୍ । ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରରେ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସବୁଠାରୁ ପଛୁଆ ଏବଂ ଚାଷୀର ଆୟ ଜାତୀୟସ୍ତରଠାରୁ ତଳଆଡ଼ୁ ଦ୍ୱିତୀୟ ସ୍ଥାନରେ । ଆଳୁ ମିଶନ ଓ ପିଆଜ ମିଶନ ଫେଲ୍ ମାରିଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏକ ପ୍ରହଶନ । ଏହି ଯୋଜନାରେ ୫୦ ଲକ୍ଷରୁ ଏକ କୋଟି ଟଙ୍କା ସବସିଡ୍ ଥିଲେ ମଧ୍ୟ ଓଡ଼ିଶାର ଚାଷୀ କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ ପରି ସୁବିଧା ପାଇବା କାଠିକର ପାଠ । ସଠିକ୍ ସମୟରେ ଚାଷୀ ସାର ଓ ବିହନ ପାଇପାରୁନାହିଁ । ସେହିପରି କେନ୍ଦ୍ର ସରକାର ଏମଏସ୍‌ପିକୁ ଆଜି ସୁଦ୍ଧା ଆଇନଗତ ଗ୍ୟାରେ ି ଦେଲେ ନାହିଁ । କିମ୍ବା ଏମଏସପିର ଦେଢ଼ଗୁନା ବୃଦ୍ଧି କରାଗଲା ନାହିଁ । ଶିଳ୍ପପତି ଓ ବହୁଦେଶୀୟ କମ୍ପାନୀମାନଙ୍କୁ ମୋଦି ସରକାର ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରୁଥିବା ବେଳେ ଚାଷୀଙ୍କଠାରୁ ଋଣ ଛାଡ଼ ନ କରିବା ଚାଷୀକୁଳକୁ ବ୍ୟଥିତ କରିଛି ।

କୃଷି ଉପକରଣ ଉପରେ ସେବା ଓ ଦ୍ରବ୍ୟକର ବଢ଼ିଚାଲିଛି, ସାର ଯୋଗାଣରେ ଅହେତୁକ ବିଳମ୍ବ ଓ ମୂଲ୍ୟବୃଦ୍ଧି । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ଲାଭବାନ ହେବା ପରିବେ ର୍ କମ୍ପାନୀ ଏବଂ ସରକାର ମାଲାମାଲ ହୋଇଛନ୍ତି । ୨୦୦୯ରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ବିଜୁଳି ଶୁଳ୍କ ଛାଡ଼ କରିବା ଓ ସୋହେଲା ଚାଷୀ ସମାବେଶରେ ଧାନ କ୍ୱି ।ଲ ପ୍ରତି ଚାଷୀଙ୍କୁ୧୦୦ ଟଙ୍କା ଅତିରିକ୍ତ ସହାୟତା ଦେବା ଘୋଷଣା ଗଲା କୁଆଡ଼େ? ଏହି ଉଭୟ ସରକାର ଯଦି ଚାଷୀଙ୍କ ଆୟ ୨୦୨୨ ସୁଦ୍ଧା ଦ୍ୱିଗୁଣା କରିଛନ୍ତି ତେବେ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କର ଶାସନ କାଳରେ ଚାଷ ଓ ଚାଷୀର ବିକାଶ ପାଇଁ କେଉଁ ଯୋଜନାଗୁଡ଼ିକରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଏହାର ପ୍ରକୃତ ହିତାଧିକାରୀଙ୍କ ତାଲିକା ଶ୍ୱେତପତ୍ର ଆକାରରେ ପ୍ରକାଶ କରିବାକୁ କିଷାନ କଂଗ୍ରେସ ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଯଦି ସରକାରଙ୍କ ପକ୍ଷରୁ ଏହି ସମ୍ପର୍କରେ ଆଶୁ ଶ୍ୱେତପତ୍ର ପ୍ରକାଶ କରା ନ ଯାଏ, କିଷାନ କଂଗ୍ରେସ ତରଫରୁ ଆସନ୍ତା ଜୁନ୍ ୧୦ ତାରିଖଠାରୁ ପ୍ରତି ଜିଲ୍ଲା ଓ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରରେ ସାମ୍ବାଦିକ ସମ୍ମିଳନୀ ଓ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସରକାରଙ୍କ ଚାଷୀମାରଣ ନୀତିର ତୀବ୍ର ପ୍ରତିବାଦ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏହି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ ଓ ପିସିସି ଉପସଭାପତି ଶ୍ରୀ ଶିବାନନଦ ରାୟ କହିଲେ ଯେ, ନବୀନ ସରକାର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କେବଳ ଚାଷୀଙ୍କ ଭୋଟ ହାତେଇବା ପାଇଁ କିଛି ଯୋଜନାର ନୂଆ ଭେଳିକି ଦେଖାଉଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବୃନ୍ଦାବନ ଖଟେଇ, ଶ୍ୟାମସୁନ୍ଦର ଦୋରା, ସ୍ୱପ୍ନେଶ୍ୱର ପୃଷ୍ଟି, ମଙ୍ଗୁ ଖିଲ, ଉପେନ୍ଦ୍ର ସାହୁ, ଧ୍ରୁବଚରଣ ପରିଡ଼ା, ଗୁଣନିଧି ସାହୁ, ଦାଶରଥି ସାହୁ, ରବିନ୍ଦ୍ର କୁମାର ପାଲ, ଜୟନ୍ତ ମହାପାତ୍ର, ସୁରେନ୍ଦ୍ର ପାଇକରାୟ, ଗୋବିନ୍ଦ ପଟେଲ, ନୂତନ ତ୍ରିପାଠୀ, ବିଶ୍ୱଜିତ ମିଶ୍ର, ମନୋଜ ନାୟକ, ରଘୁନାଥ ପଲିଆ, ମନବୋଧ ପଟେଲ, ପଦ୍ମଚରଣ ସାହୁ ଓ ମନୋଜ କୁମାର ଦିଗାଲ ପ୍ରମୁଖ ଜିଲ୍ଲା ସଭାପତି ଓ କର୍ମକର୍ତାମାନେ ସେମାନଙ୍କର ଜିଲ୍ଲା ସଂପର୍କରେ ଉଦ୍‌ବୋଧନ ଦେଇଥିଲେ ।

Leave A Reply

Your email address will not be published.