ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ଶତାଦ୍ଦୀର ମହାନାୟକ ସେ । ବଲିଉଡର ଶେହନଶାହ, ଆଙ୍ଗ୍ରିୟଙ୍ଗ ମ୍ୟାନ୍ ଭାବେ ଘରେ ଘରେ ପରିଚିତ । ଉଚ୍ଚତା ୬ଫୁଟ ୨ଇଂଚ, କଣ୍ଠ ଗୁରୁ ଗମ୍ଭୀର, ବ୍ୟକ୍ତିତ୍ୱ ବଳିଷ୍ଠ । ବହୁମୁଖୀ ପ୍ରତିଭାର ଅଧିକାରୀ ପଦ୍ମବିଭୂଷଣଧାରୀ ଅମିତାଭ ବଚ୍ଚନଙ୍କୁ କିଏ ନା ନଜାଣେ । ଏକଧାରରେ ସେ ଜଣେ ଅଭିନେତା, କଣ୍ଠଶିଳ୍ପୀ ଓ ଟେଲିଭିଜନର ଉପସ୍ଥାପକ । ଦେଶ ବିଦେଶରେ ବିଗ୍ ବି ଭାବେ ପରିଚିତ ଅମିତାଭ । ସେ ୪ଥର ଶ୍ରେଷ୍ଠ ଅଭିନେତାର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର, ୧୬ଥର ଫିଲ୍ମ ଫେୟାର ପୁରସ୍କାର, ଦାଦା ସାହେବ ଫାଲ୍କେ ପୁରସ୍କାର ଓ ଫିଲ୍ମଫେୟାର ଲାଇଫ୍ଟାଇମ୍ ଆୱାର୍ଡ ସମେତ ଫ୍ରାନ୍ସ ସରକାରଙ୍କ ସର୍ବୋଚ୍ଚ ବେସାମରିକ ପୁରସ୍କାର “ଲିଜିଅନ ଅଫ୍ ଅନର୍’ ଲାଭ କରିଛନ୍ତି । ଏଥିସହ ୧୯୯୯ରେ ବିବିସି ତାଙ୍କୁ ଶତାଦ୍ଦୀର ମହାନାୟକ ପୁରସ୍କାରେ ସମ୍ମାନିତ କରିଥିଲା ।
ପ୍ରାୟ ୨୦୦ରୁ ଅଧିକ ଭାରତୀୟ ସିନେମାରେ ନାୟକ, ଖଳନାୟକ, ନାୟକ, ହାସ୍ୟଭିନେତା ଭାବେ କାମ କରିଛନ୍ତି । ଏହାସହ ହଲିଉଡ ଫିଲ୍ମ “ଦ ଗ୍ରେଟ୍ ଗାଟ୍ସବି’ ରେ ସାମିଲ ହୋଇ ସିନେପ୍ରେମୀଙ୍କ ପ୍ରଶଂସା ଓ ଭଲପାଇବା ସାଉଁଟିଛନ୍ତି । ହେଲେ ଏହି ଲକ୍ଷ୍ୟସ୍ଥଳରେ ପଂହିଚବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡୁଥିଲା । ଉତରପ୍ରଦେଶର ଆଲ୍ଲାହାବାଦ ସହରରେ ୧୯୪୨ ମସିହା ଅକ୍ଟୋବର ୧୧ରେ ପ୍ରଖ୍ୟାତ କବି ହରିବଂଶ ରାୟ ବଚ୍ଚନ ଓ ତେଜୀ ବଚ୍ଚନଙ୍କ କୋଳରୁ ତାଙ୍କ ଜନ୍ମ । ତାଙ୍କର ଯେଉଁ କଣ୍ଠସ୍ୱର ଆଜି ସ୍ୱାକ୍ଷର ବହନ କରେ, ଏକଦା ଏଥିପାଇଁ ଅଲ୍ ଇଣ୍ଡିଆ ରେଡିଓର ଆଡିସନରେ ତାଙ୍କୁ ପ୍ରତ୍ୟାଖିତ ହେବାକୁ ପଡିଥିଲା ।
୧୯୬୯ରେ ଫିଲ୍ମ “ଭୁବନ ଶୋମ୍’ ରେ କଣ୍ଠଦାନ ଦେବା ପରେ “ସାଥ୍ ହିନ୍ଧୁସ୍ତାନୀ’ରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ । ହେଲେ ର୍ଦୁଭାଗ୍ୟ ଏହି ଫିଲ୍ମ ସଫଳତା ପାଇପାରିଲା ନାହିଁ । ଏହାପରେ ୧୯୭୭ରେ ଫିଲ୍ମ “ଜନଞ୍ଜୀର’ ରେ ତାଙ୍କୁ ଅପାର ସଫଳତା ମିଳିଥିଲା । କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଦୀୱାର, ଡନ୍ ଭଳି ଫିଲ୍ମରେ ଖଳନାୟକ ଓ ଡୁପକେଚୁପକେ ହାସ୍ୟଭିନେତା ଚିରିତ୍ର ତାଙ୍କ ପ୍ରଚଣ୍ଡ ପ୍ରତିଭାକୁ ଚମକାଇ ଥିଲା । “କୁଲି’ ଫିଲ୍ମ ସେଟ୍ ରେ ଆହତ ହେବା ପରେ ତାଙ୍କ ଆରୋଗ୍ୟ ଲାଭ ପାଇଁ ଦେଶର ପ୍ରତ୍ୟେକଟି ନାଗରିକ ଯେଉଁ ଭଳି ଭାବେ ଅକୁଳିତ ସ୍ନେହ ଶ୍ରଦ୍ଧା ଅଜାଡି ଦେଇଥିଲେ ତାହା ଭାରତରେ ବିରଳ ।
ସେହିପରି ଟେଲିଭିଜନରେ ପାଦଥାପି ସେ କନ୍ବନେଗା କରୋଡପତିକୁ ଯେଉଁ ସଫଳତାର ଶୀର୍ଷରେ ପହଂଚାଇଛନ୍ତି, ତାହା ପ୍ରଶଂସନୀୟ । ଅମିତାଭ ଅସଫଳତାକୁ ସଫଳତାରେ ବଦଳାଇବାରେ ସିଦ୍ଧହସ୍ତ ବୋଲି ସେ ପ୍ରଣାମିତ କରିଛନ୍ତି । ଏହି ମହାନାୟକଙ୍କ ୮୧ତମ ଜନ୍ମଦିନରେ ସୁପରଷ୍ଟାର ଅମିତାଭଙ୍କୁ ଏନ.ଏନ.ଏସ ଓଡିଆ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।