କ୍ୟାନସର ରୋଗ ଉପରେ ମିଳିତ ସର୍ଭେ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): କ୍ୟାନସର ବା କର୍କଟ ରୋଗ ନାଁ ଶୁଣିବା ମାତ୍ରେ ଲୋକଙ୍କ ମନରେ ଛନକା ପସିଯାଏ। କିଛି ଲୋକ ମଧ୍ୟ ମନେମନେ ଭାବି ନିଅନ୍ତି ଯେ, କର୍କଟ ରୋଗରେ ପୀଡିତ ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ। ଏପରିକି ଏହି ରୋଗ ପାଇଁ ଖର୍ଚ୍ଚ ବ୍ୟୟବହୁଳ ହେବା ସହିତ ଗରିବ ଅସହାୟମାନଙ୍କ ପାଇଁ ଏହି ରୋଗ ଯମଦୂତ ସାଜିଥିବା କଥା ମଧ୍ୟ ଶୁଣିବାକୁ ମିଳିଥାଏ। ମାତ୍ର ଏଭଳି ଚିନ୍ତାଧାରା ମନରେ ଆଦୌ ଆଣିବା ଠିକ୍ ନୁହେଁ । କାରଣ ବମାନର ବିଜ୍ଞାନ ଯୁଗରେ କର୍କଟ ରୋଗ ପାଇଁ ବହୁ ଉନ୍ନତମାନର ଚିକିତ୍ସା ପଦ୍ଧତି ଉପଲବ୍ଧ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ହସ୍ପିଟାଲମାନଙ୍କରେ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରିଛନ୍ତି । ତେଣୁ କର୍କଟ ରୋଗ ପ୍ରତି ଆଦୌ ଭୟ କରିବା ଉଚିତ୍ ନୁହେଁ । ଏବେ ଆମ ଦେଶ ତଥା ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାର ନିରାକରଣ ଉପରେ ଗୁରୁତ୍ଵ ଦିଆଯିବାର ଯଥେଷ୍ଟ ଆବଶ୍ୟକତା ରହିଛି।

ବିଶେଷ କରି ଲୋକମାନେ ଅଧିକରୁ ଅଧିକ ସଚେତନ ହୋଇପାରିଲେ ନିଶ୍ଚିତ ଭାବେ ଏହି କର୍କଟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ। ବିଶେଷ କରି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର)ର ରିପୋର୍ଟ ଅନୁଯାୟୀ ଭାରତରେ କର୍କଟ ରୋଗ ବୃଦ୍ଧି ଘଟୁଛି। ଏପରିକି ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶଙ୍କା ମଧ୍ୟ କରାଯାଇଛି। ତେବେ ଲୋକମାନେ ସଚେତନ ହେଲେ ଏହି କର୍କଟ ରୋଗର ହାର ଯଥେଷ୍ଟ ହ୍ରାସ ପାଇବ ବୋଲି ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ତଥା ଡାକ୍ତର ସୁଶାନ୍ତ କୁମାର ପାଇକରାୟ କହିଛନ୍ତି । ଶ୍ରୀ ପାଇକରାୟ ଗଣମାଧ୍ୟମକୁ କହିଛନ୍ତି ଯେ, ବମାନର ପରିସ୍ଥିତିକୁ ବିଚାରକୁ ନେଲେ ଯାହା ଅନୁମାନ କରାଯାଏ ୨୦୨୫ ସୁଦ୍ଧା ଭାରତରେ କର୍କଟରୋଗୀଙ୍କ ସଂଖ୍ୟା ୧୫.୬୯ ଲକ୍ଷ ଅତିକ୍ରମ କରିବ। ଆଇସିଏମଆର୍ ରିପୋର୍ଟରେ ପ୍ରକାଶ ପାଇଛି ଯେ ଦିଲ୍ଲୀରେ ପିଲାମାନଙ୍କଠାରେ କର୍କଟ ରୋଗ ସଂଖ୍ୟା ବୃଦ୍ଧି ପାଉଛି।

ଏହି ଆଇସିଏମ୍ଆର୍ ରିପୋର୍ଟ ଏବେ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଦେଇଛି। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୧ ମସିହାରେ ମୋଟ କ୍ୟାନସରର ୩୩.୩% ତମାଖୁ ବ୍ୟବହାର ଯୋଗୁଁ ଲୋକମାନେ କ୍ୟାନସରରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି । ତେବେ ଏହା ମଧ୍ୟରୁ ୪୮.୭% ପୁରୁଷ କ୍ୟାନସରରେ ପୀଡ଼ିତ ହୋଇଥିବାବେଳେ ୧୬.୫% ମହିଳା କ୍ୟାନସରରେ ପୀଡ଼ିତ ହୋଇଛନ୍ତି। ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ସେଠାର ଅଫ ଡିଜିଜ୍ ଇନଫରମେଟିକ ଆଣ୍ଡ ରିସର୍ଚ୍ଚ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଇନଫରମେଟିକ ଆଣ୍ଡ ରିସର୍ଜ ଶାଖା ପକ୍ଷରୁ ଏହି କ୍ୟାନସର ରୋଗ ଉପରେ ମିଳିତ ସର୍ଭେ କରାଯାଇଛି ।

Leave A Reply

Your email address will not be published.