ଗାଁ ମୁହାଁ ହୋଇଛନ୍ତି ୨୭ ଟିକିଆ ହାତୀପଲ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୀର୍ଘଦିନ ବ୍ୟବଧାନ ପରେ ପୁଣି ଗାଁ ମୁହାଁ ହୋଇଛନ୍ତି ୨୭ ଟିକିଆ ହାତୀପଲ।  ଚମ୍ପୁଆ ବନଖଣ୍ଡରୁ ହାତୀପଲ ଗାଁ ମୁହାଁ ହୋଇଥିବା ନେଇ ସୂଚନା ମିଳିଛି। ହାତୀପଲ ବର୍ତ୍ତମାନ ହଳଦିଆ ଗାଁ ଜଙ୍ଗଲରେ ରହିଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ହାତୀ ଘଉଡାଇବାକୁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି। ତେବେ ସୂଚନା ମୁତାବକ,  ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡ ହଳଦିଆ ଗାଁ ନକିଟ ଜଙ୍ଗଲରେ ହାତୀପଲ ଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ହାତୀପଲ ପାଖ ଜଙ୍ଗଲରେ ଥିବାରୁ ଆଖପାଖରେ ଥିବା ୧୫ଟି ଗାଁର ଲୋକେ ଭୟଭୀତ ଅଛନ୍ତି। ତେବେ ବନ ବିଭାଗ କର୍ମଚାରୀ ହାତୀ ଉପରେ ନଜର ରଖିଛନ୍ତି। ସେହିପରି ଜଙ୍ଗଲକୁ ନଯିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି। ହାତୀ ଦେଖିଲେ ତୁରନ୍ତ ବନବିଭାଗକୁ ଖବର ଦେବାକୁ କୁହାଯାଇଛି।

Comments are closed.