ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶନିବାର ନବି ମୁମ୍ବାଇରେ ଏକ ତିନି ମହଲା ବିିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। କୋଠା ଭୁଶୁଡ଼ି ଥିବା ବେଳେ ସେଥିରେଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ମହାରାଷ୍ଟ୍ରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟରେ ଶାହାବାଜ ଗ୍ରାମରେ ଏହି ଘଟଣା ଘଟିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ NDRF, ଅଗ୍ନିଶମ ବାହିନୀ ପ୍ରମୁଖ ସାମିଲ ହୋଇଛନ୍ତି।
ବିଲ୍ଡିଂର ଭଗ୍ନାବଶେଷ ତଳୁ ୨ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ଭଗ୍ନାବଶେଷ ତଳେ ଆହୁରି ବହୁ ଜଣ ତା’ ତଳେ ଦବିଥିବା ଅନୁମାନ କରାଯାଉଛି। ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନସ୍ତୁପ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି। ପୁଲିସ, ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ତେବେ ସୂଚନା ମୁତାବକ, ଆଜି ଭୋର ପ୍ରାୟ ୫ଟା ବେଳେ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ଖବର ଅଗ୍ନିଶମ ବାହାନୀକୁ ମିଳିଥିଲା। ଏହାପରେ ତୁରନ୍ତ ଘଟଣାସ୍ଥଳରେ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ଅଧିକାରୀ କହିଛନ୍ତି। ଏହି ଅଘଟଣ ପରେ ବହୁ ଲୋକଙ୍କ ପତ୍ତା ମିଳୁ ନ ଥିବା ବେଳେ ସେମାନଙ୍କ ତଲାସୀ ଜାରି ରହିଛି। ଏଥିସହ ଉଦ୍ଧାର ପରେ ଆହତଙ୍କୁ ତୁରନ୍ତ ମେଡିକାଲ ନେବା ନିମନ୍ତେ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇଥିବା ଜଣାଯାଇଛି।