ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶନିବାର ଦିନ ଜମ୍ମୁ-କଶ୍ମୀରର କୁପୱାରା ଜିଲ୍ଲାରେ ପାକିସ୍ତାନର ବର୍ଡର ଆକ୍ସନ୍ ଟିମ୍ (ବିଏଟି) ଦ୍ୱାରା ହୋଇଥିବା ଆକ୍ରମଣକୁ ସେନା ପାଲଟା ଜବାବ ଦେବା ବେଳେ ଏଥିରେ ଅତି କମରେ ଜଣେ ସୈନିକ ସହିଦ ହୋଇଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି। ଏହି ଅପରେସନରେ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ନିହତ କରିଥିବା ସୂଚନା ରହିଛି।
ସୂଚନା ଅନୁସାରେ, ଆଜି ସକାଳେ ଜମ୍ମୁ କଶ୍ମୀର କୁପୱାଡା ଜିଲ୍ଲାର ମଛିଲ ସେକ୍ଟର ନିକଟରେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ପାକିସ୍ତାନ ବୋର୍ଡର ଆକ୍ସନ ଟିମ୍ (BAT) ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ। ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି। ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କାବାଦୀକୁ ସଫା କରିଛି ଭାରତୀୟ ସେନା। କିନ୍ତୁ ପାଲଟା ଆକ୍ରମଣ ସମୟରେ ପାଞ୍ଚ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ଶହୀଦ ହୋଇଛନ୍ତି।
କିଛି ଦିନ ହେବ କୁପୱାଡାରେ ଆତଙ୍କୀ କାର୍ଯ୍ୟକଳାପ ବଢିଚାଲିଛି। ଗୁରୁବାର ଜଣେ ଯବାନ ଶହୀଦ ହୋଇଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନାନୁସାରେ, ପ୍ରାୟ ୪୦ ରୁ ୫୦ ପାକିସ୍ତାନୀ ଆତଙ୍କବାଦୀଙ୍କ ଏକ ଦଳ ଜମ୍ମୁ-କଶ୍ମୀରର ପାହାଡ଼ିଆ ଜିଲ୍ଲାର ଉପର ମୁଣ୍ଡରେ ଲୁଚି ରହିଥିବା ବେଳେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ବ୍ୟାପକ ଆତଙ୍କବାଦ ବିରୋଧୀ କାର୍ଯ୍ୟ ଆରମ୍ଭ କରିବାକୁ କହିଛି।
Comments are closed.