ନାଳରୁ ଧରା ପଡ଼ିଲା ୭ ଫୁଟ ୬ ଇଞ୍ଚ ଲମ୍ବର ବଉଳା କୁମ୍ଭୀର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାତି ତମାମ ଅପରେସନ ପରେ ଜାଲରେ ପଡ଼ିଲା କୁମ୍ଭୀର। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ବେଳାଭୂମିରୁ ଗତକାଲି ବିଳମ୍ବିତ ରାତିରେ କୁମ୍ଭୀରଟିକୁ ଧରିଛି ବନ ବିଭାଗ। କୁମ୍ଭୀରଟିକୁ ବନ ବିଭାଗ ଧରିବା ପରେ ଭିତରକନିକା ନିଆଯାଇଛି। କୁମ୍ଭୀରଟିର ଲମ୍ବ ପ୍ରାୟ ୮ ଫୁଟ୍ ହେବ।

ବାତ୍ୟା ‘ଦାନା’ ପ୍ରଭାବରେ ଭିତରକନିକାରୁ ପଳେଇ ଆସିବା ନେଇ ସନ୍ଦେହ କରାଯାଉଥିଲା କୁମ୍ଭୀରଟିକୁ ଧରିବା ପାଇଁ ରାତିରେ ସମୁଦ୍ରକୁ ଲାଗିଥିବା ନାଳ ଭିତରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ପେଟ୍ରୋଲିଙ୍ଗ କରିଥିଲା। ତେବେ ସୂଚନା ମୁତାବକ, ଗତକାଲି ଅପରାହ୍ନରେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବାବେଳେ ହେନ୍ତାଳ ବଣ ଭିତରେ କୁମ୍ଭୀରଟି ଶୋଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ।

ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ଭିତରକନିକାରୁ ୧୫ ଜଣିଆ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ବିଚିତ୍ରପୁରରେ ପହଞ୍ଚି ପାଟ୍ରୋଲିଂ କରିବା ସହ ଜାଲ ବିଛାଇ ଛକି ରହିଥିଲେ। ବିଳମ୍ବିତ ରାତିରେ କୁମ୍ଭୀରଟି ଜାଲରେ ପଡ଼ିବାରୁ ଏହାକୁ ଧରିବାରେସଫଳ ହୋଇଥିଲା ବନବିଭାଗ । ଧରାପଡ଼ିଥିବା କୁମ୍ଭୀରକୁ ଭିତରକନିକା ନିଆଯାଇଛି।

Comments are closed.