ପୁରୀଘାଟ କାଫେ ଓ ବାରଙ୍ଗ ଅଞ୍ଚଳରେ ବାରମ୍ବାର ଗଣଦୁଷ୍କର୍ମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକରେ ଲଜ୍ଜା । ବ୍ଲାକମେଲ କରି ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ଏହାକୁ ନେଇ ତତ୍ପରତା ଦେଖାଇଛି କଟକ ବାରବାଟି ପୋଲିସ୍ । ସଙ୍ଗେ ସଙ୍ଗେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ୍ । ଏହାକୁ ନେଇ ପ୍ରେସମିଟ୍ କରି ଅଧିକ ସୂଚନା ଦେଇଛନ୍ତି ଡିସିପି । କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁସାରେ, ପୁରୀଘାଟ କାଫେ ଓ ବାରଙ୍ଗ ଅଞ୍ଚଳ ଦୁଇଟି ଜାଗାରେ ଘଟଣା ଘଟିଛି। ଏନେଇ ଗତ ନଭେମ୍ବର ୪ ତାରିଖରେ ମାମଲା ହୋଇଥିଲା। ଦୁଇଟି ଥାନା ଅଧିକାରୀଙ୍କୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ୫ ତାରିଖରେ ୩ ଜଣ ଓ ୬ ତାରିଖରେ ଆଉ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା ଅଭିଯୁକ୍ତଙ୍କ ଫୋନରୁ ବହୁତ ଗୁଡ଼ିଏ ବ୍ଲାକମେଲିଂ ଭିଡିଓ ମିଳିଛିI ଫୋନଗୁଡ଼ିକୁ ଜବତ କରିବା ସହ ଏସଏଫ୍ଏସଏଲ୍ କୁ ପଠାଯାଇଛିI ଏଣେ ଏହି ଘଟଣାରେ କାଫେ କର୍ମଚାରୀ ଏହି ଘଟଣାରେ ସାମିଲ ଥିବା ହେତୁ କାଫେକୁ ଖୁବ୍ ଶୀଘ୍ର ସିଲ୍ କରାଯିବ। ସେହି କର୍ମଚାରୀଙ୍କୁ ଗିରଫ କରାଯାଇଛି।

ସବୁ ଅଭିଯୁକ୍ତଙ୍କ ମୋବାଇଲକୁ ପୁଲିସ ଜବତ କରିଛି। ପୁରୀଘାଟ କାଫେ ଓ ବାରଙ୍ଗ ଅଞ୍ଚଳ ଦୁଇଟି ଜାଗାରେ ଘଟଣା ଘଟିଛି। ଏନେଇ ଗତ ନଭେମ୍ବର ୪ ତାରିଖରେ ମାମଲା ହୋଇଥିଲା। ଦୁଇଟି ଥାନା ଅଧିକାରୀଙ୍କୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା।ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଡିସିପି ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏସସି/ଏସଟି ଆକ୍ଟ ଓ ଆଇଟି ଆକ୍ଟ ଲାଗିଛି । ଏଥିସହିତ ୬ ଜଣଙ୍କ ମୋବାଇଲ ସିଜ୍ ହୋଇଛି, ଏସଏଫଏସଏଲକୁ ମୋବାଇଲ ପଠାଯିବ, ସେଥିରେ ଥିବା ସମସ୍ତ ଭିଡିଓ ଯାଞ୍ଚ କରାଯିବ ଏହାପରେ ଖୁବଶୀଘ୍ର ଚାର୍ଜସିଟ ଦାଖଲ ହେବ ବୋଲି କହିଛନ୍ତି ଡିସିପି ।

Leave A Reply

Your email address will not be published.