‘ମୋ ବସ୍‌’ ରୁଟ୍‌ ସମୀକ୍ଷା ପାଇଁ ଗଠନ ହେଲା ୭ଜଣିଆ କମିଟି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଡିସେମ୍ବର ୧ତାରିଖରେ ହେବାକୁ ଥିବା ବସ୍‌ ଧର୍ମଘଟକୁ ରାଜ୍ୟ ବସ୍ ମାଲିକ ସଂଘ ପ୍ରତ୍ୟାହାର କରିଛି। ଆଜି ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ବସିଥିବା ବୈଠକ ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ ଆଜି ପରିବହନ ମନ୍ତ୍ରୀଙ୍କ ସହ ସଂଘର ବିଭିନ୍ନ ଦାବି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟତଃ ଲକ୍ଷ୍ମୀ ଯୋଜନା ଏବଂ ସହରାଞ୍ଚଳ ବାହାରେ ‘ମୋ ବସ୍‌’ ଚଳାଚଳ ନେଇ ଆଲୋଚନା ହୋଇଥିଲା।

ସଂଘ ପକ୍ଷରୁ କୁହାଯାଇଥିଲା ଯେ ଲକ୍ଷ୍ମୀ ବସ୍ ଚଳାଚଳ କରୁଥିବାରୁ ଘରୋଇ ବସ୍‌ଗୁଡ଼ିକର ଆର୍ଥିକ କ୍ଷତି ହେଉଛି। ଏହାକୁ ରାଜ୍ୟ ସରକାର ଭରଣା କରନ୍ତୁ। ଏନେଇ ଖୁବ୍‌ଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯିବ ବୋଲି ପରିବହନ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସଂଘ କହିଛି। ଏହା ବାଦ୍ ଘରୋଇ ବସ ମାଲିକ ସଂଘ ଏବଂ ସରକାରଙ୍କର କିଛି ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଯେଉଁ କମିଟି ମୋ ବସ୍‌ର ରିଭ୍ୟୁ କରି ଆସନ୍ତା ୭ ଦିନ ମଧ୍ୟରେ ଏକ ବୈଠକ ବସି ମୋ ବସ୍‌ ଚଳାଚଳ ରୁଟ୍‌କୁ ନେଇ ନିଷ୍ପତ୍ତି ନିଆଯିବ । ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଘରୋଇ ବସ୍‌ ମାଲିକ ସଂଘ ସହିତ ଆଲୋଚନା ସଫଳ ହୋଇଛି । ଖାରବେଳ ଭବନରେ ସଂଘ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଛି ।

ଘରୋଇ ବସ୍‌ ମାଲିକ ସଂଘ ଲକ୍ଷ୍ମୀ ଯୋଜନାକୁ ବିରୋଧ କରୁନାହାନ୍ତି । ଲକ୍ଷ୍ମୀ ଯୋଜନା ଲୋକଙ୍କ ଆର୍ଥିକ ବିକାଶ ଦିଗରେ ସୁବିଧା ହେଉଛି ।ଆଲୋଚନା ମାଧ୍ୟମରେ ଘରୋଇ ବସ୍‌ ମାଲିକ ସଂଘର ଏ ସମସ୍ୟା ସମାଧାନ ହେବ । ସଂଘ ଆନ୍ଦୋଳନ ନକରି ସରକାରଙ୍କୁ ସହଯୋଗ କରନ୍ତୁ । ବସ ମାଲିକଙ୍କ ସମସ୍ୟା ଯାହା ଅଛି ଲିଖିତ ଭାବରେ ଦିଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ସେମାନଙ୍କ ଦାବି ଉପସ୍ଥାପନ କରାଯିବ । ଟାଏର ୨ ରୁଟକୁ ନେଇ ଘରୋଇ ବସ ମାଲିକ ସଂଘର ସମସ୍ୟା ରହିଛି । ମୋ ବସ ଚଳାଚଳକୁ ନେଇ ମଧ୍ୟ ଆଲୋଚନା ହୋଇଛି ।

Leave A Reply

Your email address will not be published.